ନୂଆଦିଲ୍ଲୀ,୧୧। ୦୩; ଅଭିନେତ୍ରୀ ହଂସିକା ମୋଟୱାନୀଙ୍କୁ ନେଇ ଏକ ବଡ ଖବର ଆସୁଛି । ତାଙ୍କର ଛାଡପତ୍ର ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଦୀର୍ଘ ଦିନ ହେବ ହଂସିକା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଲାଗି ରହିଥିଲା । ଏବେ ଦୁହିଁଙ୍କର ଛାଡପତ୍ର ହୋଇଥିବା ଖବର ଆସୁଛି । ୪ ବର୍ଷର ସମ୍ପର୍କ ଭାଙ୍ଗିଛି । ଆଇନଗତ ମୋହର ବାଜିଛି । ମୁମ୍ବାଇ ବାନ୍ଦ୍ରା କୋର୍ଟ ହଂସିକା ଏବଂ ସୋହେଲଙ୍କ ଡିଭୋର୍ସ ଫାଇନାଲ କରିଛନ୍ତି । ବେଷ୍ଟ ଫ୍ରେଣ୍ଡଙ୍କ ଏକ୍ସକୁ ବିବାହ କରିଥିଲେ ହଂସିକା ।

ହଂସିକାଙ୍କ ଘର ଭାଙ୍ଗିଲା

ହଂସିକା ବ୍ୟବସାୟୀ ସୋହେଲଙ୍କୁ ୨୦୨୨ ଡିସେମ୍ବର ୪ରେ ବିବାହ କରିଥିଲେ । ଧୁମଧାମରେ ବାହାଘର ହୋଇଥିଲା । ହେଲେ ବାହାଘରର ୩ ବର୍ଷ ପରେ ତାଙ୍କ ବୈବାହିକ ଜୀବନରେ ତିକ୍ତତା ଆରମ୍ଭ ହୋଇଥିଲା । ଏ ନେଇ ସୋସିଆଲ ମିଡିଆରେ ଚାର୍ଚ୍ଚା ବି ଆରମ୍ଭ ହେଲା । ସୋହେଲଙ୍କ ସହ ହଂସିକାଙ୍କର ଏହି ଦ୍ୱିତୀୟ ବିବାହ ଥିଲା । ହଂସିକାଙ୍କ ବେଷ୍ଟ ଫ୍ରେଣ୍ଡ ରିଙ୍କି ବଜାଜଙ୍କ ସହ ସୋହେଲଙ୍କ ପ୍ରଥମ ବିବାହ ହୋଇଥିଲା । ସୋହେଲଙ୍କ କାହା ସହ ବି ସମ୍ପର୍କ ତିଷ୍ଠି ନାହିଁ । ସୋହେଲ ଏବଂ ହଂସିକାଙ୍କ ଛାଡପତ୍ର କାହିଁକି ନେଲେ ସେ ନେଇ କିଛି କାରଣ ଜଣାପଡିନାହିଁ । ହଂସିକା ସୋହେଲ ଖଟୁରିଆଙ୍କଠାରୁ ପାରସ୍ପରିକ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

ଅଧିକ ପଢନ୍ତୁ- ସୁନୀତା-ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ଖୁଲାସା କଲେ ଝିଅ ଟିନା, କହିଲେ-ଗତ ୨ ବର୍ଷ ଭଲ ନଥିଲା

ଜୁଲାଇ ୨୦୨୪ରୁ ଦୁହେଁ ଅଲଗା ରହୁଥିଲେ । ପରିବାର, ବନ୍ଧୁ ଏବଂ ସମ୍ପର୍କୀୟ ବିବାହକୁ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ହେଲେ ସଫଳ ହୋଇନଥିଲେ । ଶେଷରେ ଦମ୍ପତ୍ତି ବିବାହ ଶେଷ କିରବାକୁ ନିଷ୍ପତ୍ତି ନେଇଛନ୍ତି ।ହଂସିକା ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଜଣେ ଶିଶୁ କଳାକାର ଭାବରେ ଟିଭି ଶୋ "ଶାକା ଲାକା ବୁମ୍ ବୁମ୍" ଏବଂ "କୋଇ ମିଲ୍ ଗୟା", ସୋନ ପରି, ବିଦାୟୀ ପରି ଫିଲ୍ମରେ ଅଭିନୟ କରିଛନ୍ତି ।

ଅଧିକ ପଢନ୍ତୁ- Viral Girl Monalisa Marriage: ପ୍ରେମିକ ଫରମାନଙ୍କୁ କେରଳର ଏକ ମନ୍ଦିରରେ ବିବାହ କଲେ ମୋନାଲିସା, ରାଜି ନାହିଁ ପରିବାର