ପୁରୀ ୨୯।୦୪ : ଚନ୍ଦନଯାତ୍ରା ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ହେଲା ସମାଧାନ । ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏନେଇ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରବଳ ପବନ ଯୋଗୁଁ ଦିନ ଚାପ ଅସମ୍ଭବ ଥିଲା । ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରାତି ଚାପ ହୋଇପାରିନଥିଲା । ଏବେ ବିବାଦ ନେଇ ବୈଠକ ବସିଥିଲା । ଯେଉଁଥିରେ ମହାପ୍ରଭୁଙ୍କ ଚାପ ନୀତିକୁ ଶୃଙ୍ଖଳିତ କରିବାକୁ ସେବାୟତମାନେ ପ୍ରତିଶୃତି ଦେଇଛନ୍ତି । ଖାଲି ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।

Also Read:-Riyan Parag Vaping Controversy IPL 2026: ପଞ୍ଜାବ ବିପକ୍ଷ ମ୍ୟାଚରେ ଡ୍ରେସିଂ ରୁମରେ ଭେପିଂ କରୁଥିବା ଅବସ୍ଥାରେ କ୍ୟାମେରାରେ କଏଦ ହେଲେ ରିୟାନ ପରାଗ

ସୂଚନାଯୋଗ୍ୟ ଯେ, ଚନ୍ଦନ ଯାତ୍ରାର ନବମ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳି ପାରିଲେନି ଠାକୁର। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଘଟିଛି ଏଭଳି ଘଟଣା ଘଟିଛି। ଚାପ ନଖେଳି ଦୀର୍ଘ ସମୟ ଧରି ଚାପ ଡଙ୍ଗାରେ ବସି ରହିଥିଲେ ମଦନମୋହନ, ରାମକୃଷ୍ଣ ଏବଂ ପଞ୍ଚପାଣ୍ଡବ। ସିଂହାରୀ ନିଯୋଗ ଏବଂ ସୁଦୁ ସୁଆର ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁରଙ୍କ ରାତି ଚାପ ହୋଇପାରିଲା ନାହିଁ। ସୁଦୁ ସୁଆର ସେବକଙ୍କୁ ଚାପ ଡଙ୍ଗାରେ ବାରଣ ଯୋଗୁଁ ସୃଷ୍ଟି ହୋଇଛି ବିବାଦ। ସମସ୍ୟାର ସମାଧାନ ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଠାକୁରଙ୍କ ଚାପ ଖେଳ ଦର୍ଶନ କରିନପାରି ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଶ୍ରଦ୍ଧାଳୁ। ଏବେ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।