ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ଚଣ୍ଡୀପୁର ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡ଼ ଘଟଣାରେ ଆକ୍ସନ। ବନ୍ତ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଗାଁ ରେ ଚଢାଉ କରିଛି । ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ଘରର ମିଟର ତାର ଜବତ୍ କରିବା ସହ ଘରେ ଲଟକା ଲାଗିଛି ।

ସୂଚନାଥାଉକି, ହୁକ ପକାଇ ଲାଇନ୍ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲା। ହେଲେ ଏହି ସମୟରେ ଟିମକୁ ମାଡ଼ ମାରିଥିଲେ ସଂପୃକ୍ତ। ଏନେଇ ବିଦ୍ୟୁତ୍ ବିଭାଗ ତରଫରୁ ବନ୍ତ ଥାନାରେ ଏତଲା ଦିଆଯାଇଥିଲା । ଏତଲାରେ କୁହାଯାଇଛି ଅବଦୁଲ ହସିମ ପୂର୍ବରୁ ହୁକ ପକାଇ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ନେଇ ପୂର୍ବରୁ ଦୁଇ ଥର ଫାଇନ ହେବା ପରେ ବି ପୁଣି ହୁକ ପକାଇ ବିଦ୍ୟୁତ୍ ସଂଯୋଗ ନେଇଥିଲେ। ଏମିତିରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲା। କିନ୍ତୁ ଏହି ସମୟରେ ପରିବାର ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ଘଟଣାକୁ ନେଇ ବନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

Also Read: ମନ୍ଦିର ପରିସରରେ ଚାଲିଛି କ’ଣ ? ପ୍ରେମୀ ଯୁଗଳଙ୍କ ପ୍ରେମ ନିଶା ଭିଡିଓ ଭାଇରାଲ୍

ତେବେ ଏହି ଘଟଣା ପରେ ଟାଟା ପାୱାର ପୋଲିସ ସହଯୋଗ ନେଇଥିଲା । ବନ୍ତ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଗାଁ ରେ ଚଢାଉ କରି ଅଭିଯୁକ୍ତଙ୍କ ଘରର ମିଟର, ତାର ଜବତ୍ କରିବା ସହ ଘରେ ଲଟକା ଲଗାଇଛି। ଆଗାମୀ ସମୟରେ ଅଭିଯୁକ୍ତଙ୍କୁ ବିଦ୍ୟୁତ୍ ସଂଯୋଗ ନ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।