ଭୁବନେଶ୍ୱର, ୨୯/୦୯ : ରାଜଧାନୀ ଭୁବନେଶ୍ୱର ସୈନିକ ସ୍କୁଲ୍ ଛକରେ ଘଟିଛି ଦୁର୍ଘଟଣା। ସୋମବାର ବିଳମ୍ବିତ ରାତିରେ ମୈତ୍ରୀବିହାର ଥାନା ଅଞ୍ଚଳରେ ହାଇଓ୍ବାର ଜୋରଦାର ଧକ୍କାରେ ଉପୁଡ଼ି ପଡ଼ିଛି ଇଲେକ୍ଟ୍ରି ପୋଲ୍। ଧକ୍କା ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ପାଚେରି କାନ୍ଥ ଭାଙ୍ଗିବା ସହ ଏକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଦୁର୍ଘଟଣା ପରେ ଇଲେକ୍ଟ୍ରି ପୋଲ୍ ଏବଂ ତାର ଭିତରେ ହାଇଓ୍ବା ଫସି ରହିବା ଯୋଗୁ ଏକାଧିକ ଶୋରୁମ୍, ଗାଡ଼ି, ଗେଷ୍ଟ ହାଉସ୍ ଓ ବ୍ୟାଙ୍କ ଆଡକୁ ଏହା ମାଡି ନଥିଲା । ଫଳରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ଟର୍ଣ୍ଣିଂ କାଟିବା ବେଳେ ଷ୍ଟିଅରିଂ ଜାମ୍ ହୋଇଥିବା ଡ୍ରାଇଭର କହିଥିବା ବେଳେ ଆଖି ଲାଖି ଯାଇଥିବା ଯୋଗୁଁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି।

Also Read :- ଷଷ୍ଠ ଶ୍ରେଣୀରେ ଲାଗୁ ହେବନି ତ୍ରିଭାଷୀ ନୀତି : ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଖବର ପାଇ ଘଟଣାସ୍ଥଳରେ ଦୁଇଟି ପିସିଆର ଭ୍ୟାନ୍ ସହ ମୈତ୍ରୀବିହାର ଥାନା ପୋଲିସ୍ ପହଞ୍ଚିଥିଲା। ଦୁର୍ଘଟଣାଗ୍ରସ୍ତ ହାଇଓ୍ବାରେ ଫସି ରହିଥିବା ଡ୍ରାଇଭରଙ୍କୁ ଡୋର୍ ତାଡ଼ି ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପଟେ ଇଲେକ୍ଟ୍ରି ପୋଲ୍ ଭାଙ୍ଗିଯିବା ପରେ ଘଟଣାସ୍ଥଳରେ ଟିପିସିଓଡିଏଲ୍ କର୍ମଚାରୀ ପହଞ୍ଚି ବିଦ୍ୟୁତ୍ ସରବରାହ ବିଛିନ୍ନ କରିଥିଲେ। ଗାଡ଼ିକୁ ଜବତ୍ ସହ ଡ଼୍ରାଇଭରକୁ ଅଟକ ରଖି ପଚରାଉଚରା ଚଳାଇଛି ମୈତ୍ରୀବିହାର ଥାନା ପୋଲିସ।