ଛେଣ୍ଡିପଦା, ୦୫/୧୦: ଶୋଇଥିବା ବେଳେ ଘରେ ପଶିଗଲା ହାଇଓ୍ୱା । ଅଳ୍ପକେ ବର୍ତ୍ତିଗଲା୧୫ଜୀବନ । ଏପରି ଘଟଣାଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ।

ରିପୋର୍ଟ ଅନୁସାରେ,ଅନୁଗୋଳରୁ ଛେଣ୍ଡିପଦା ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥ ନିଶା ଶିଳ୍ପାଞ୍ଚଳ ଥାନା ନିଶା ଛକରେ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଭାରସାମ୍ୟ ହରାଇ ଜଳଖିଆ ଦୋକାନ ଓ ଏକ ଘର ଭିତରେ ପଶିଯାଇଛି।

ଦୁର୍ଘଟଣା ସମୟରେ ଘରେ ୧୫ ଜଣ ଥିଲେ । ସମସ୍ତେ ଶୋଇଥିଲେ । ତେବେ ସେମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାଇୱାଟି ଚଣ୍ଡିଖୋଲରୁ ଛେଣ୍ଡିପଦା ନୟନୀ କୋଇଲା ଖଣିକୁ କୋଇଲା ଲୋଡିଂ ପାଇଁ ଯାଉଥିଲା। ଦୁର୍ଘଟଣା ପରେ ସ୍ଥାୟୀ ପ୍ରତିକାର ଦାବିରେ ଉତ୍ତେଜନା ଦେଖା ଦେଇଛି। ଏବେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଅଟକି ରହିଛି।