ଉଦଳା: ଗାଁରେ ଯୁବକର ଉନ୍ମତ୍ତ କାଣ୍ଡ। ତେଲେଙ୍ଗା କଟୁରୀ ଧରି ଗାଁରେ ବୁଲିବା ସହ ଜଣେ ବ୍ୟକ୍ତିଙ୍କ ଘରେ ପଶି ୧୦ ବର୍ଷର ନାବାଳିକା ଝିଅକୁ ହାଣିଛି। ଏଥିରେ ନାବାଳିକା ଗୁରୁତର ହୋଇଛି। ଘଟଣା ଘଟିଛି ଉଦଳା ଥାନା ଚଡଦା ଗ୍ରାମରେ।

ମିଳିଥିବା ସୂଚନା ଅନୁସାରେ, ଗ୍ରାମର ଯୁବକ ଲକ୍ଷ୍ମଣ ମାରାଣ୍ଡି ମଙ୍ଗଳବାର ସନ୍ଧ୍ୟାରେ ଏକ ତେଲେଙ୍ଗା କଟୁରୀ ହାତରେ ଧରି ଗାଁରେ ଉତ୍ପାତ କରିବା ସହ ଗ୍ରାମର ଥଳ ମାରାଣ୍ଡିଙ୍କ ଘର ଭିତରକୁ ପଶି ମରଣାନ୍ତକ ଆକ୍ରମଣ ବି କରିଛି।

Also Read: ପୁରୀ ମଙ୍ଗଳା ନଦୀ ମୁହାଣରେ ଅଘଟଣ, ଗାଧୋଉଥିବା ବେଳେ ଛାତ୍ର ନିଖୋଜ

ଥଳ ମାରାଣ୍ଡିଙ୍କ ୧୦ ବର୍ଷର ନାବାଳିକା ଝିଅକୁ ତେଲେଙ୍ଗା କଟୁରୀରେ ହାଣି ଲହୁଲୁହାଣ କରିଛି। ତେଲେଙ୍ଗା କଟୁରୀରେ ନାବାଳିକର ବେକରେ ଗଭୀର କ୍ଷତ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଖବର ପାଇ ଗାଁରେ ପୋଲିସ ପହଞ୍ଚି ଲକ୍ଷ୍ମଣ ମାରାଣ୍ଡିକୁ ହେପାଜତକୁ ନେଇଛି।