ଛତ୍ରପୁର: ସମୁଦ୍ର ବେଳାଭୂମିରେ ଆବିର୍ଭୂତ ହେଲା ମନ୍ଦିର। ଦେଖାଯାଉଛି ମନ୍ଦିରର ଚୂଡ଼ା। ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଶିଖର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହାକୁ ଗଙ୍ଗାଦେବୀ ମନ୍ଦିର ବୋଲି କହୁଥିବା ବେଳେ, ଏହା ୨୦ରୁ ୨୫ ବର୍ଷ ତଳର ମନ୍ଦିର ବୋଲି କୁହାଯାଇଛି।

ଜଣାପଡ଼ିଛି ଦିନେ ଏହି ସ୍ଥାନରେ ଜନବସତି ରହିଥିଲା । କିନ୍ତୁ ସମୁଦ୍ରରେ ଗୋଟିଏ ପରେ ଗୋଟେ ଘର ସମୁଦ୍ରରେ ଲୀନ ହୋଇଯାଇଥିଲା । ମନ୍ଦିରଟି ମଧ୍ୟ ପ୍ରତିଷ୍ଠା ନହେବା ପୂର୍ବରୁ ଏହା ସମୁଦ୍ରରେ ଲୀନ ହୋଇଯାଇଥିବା କହିଛନ୍ତି ସେଠାକାର ଗ୍ରାମବାସୀ । ତେବେ ଏବେ ସମୁଦ୍ର ପାଣି କମ ଥିବାରୁ ଏହି ମନ୍ଦିରର କିଛି ଅଂଶ ଦୃଶ୍ୟମାନ ହୋଇଛି । ଏପରିକି ଏହାକୁ ଦେଖିବାକୁ ଲୋକେ ଆସୁଛନ୍ତି ଏବଂ କିଛି ଲୋକ ଏହାକୁ ଖୋଳୁଛନ୍ତି ମଧ୍ୟ।

Also Read: ଲୋନ୍ ସୁଝିବାକୁ ମା’ଙ୍କୁ ଗୁହାରି, ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ମିଳିଲା ମାନସିକ ଚିଠି