ନୂଆଦିଲ୍ଲୀ: ମୁମ୍ୱାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ପ୍ରଥମ ବୁଲେଟ୍ ଟ୍ରେନର ପ୍ରସ୍ତାବିତ ଡିଜାଇନ୍ ସାମନାକୁ ଆସିଛି । ରେଳ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ରାଜଧାନୀ ସ୍ଥିତ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ ଟ୍ରେନର ପ୍ରଥମ ଫଟୋରୁ ପ୍ରଦର୍ଶିତ କରାଯାଇଛି ।

ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ ଏହି ଫଟୋକୁ ମନ୍ତ୍ରଣାଳୟର ଗେଟ୍ ନମ୍ୱର ୪ରେ ଲଗାଯାଇଛି । ଏହି ଫଟୋ ଏପରି ସମୟରେ ସାମନାକୁ ଆସିଛି, ଯେତେବେଳେ ଭାରତ ୨୦୨୭ ଏପ୍ରିଲ ସୁଦ୍ଧା ନିଜର ପ୍ରଥମ ସ୍ୱଦେଶୀ ବୁଲେଟ ଟ୍ରେନକୁ ଚଲାଇବା ପାଇଁ ଯୋଜନା କରୁଛି ।

A picture of the country's first proposed bullet train has been displayed at the Ministry of Railways. The picture has been installed at Gate Number 4: Indian Railways pic.twitter.com/LcbwMstDuw

କେଉଁ ସହର ଦେଇ ଯିବ ବୁଲେଟ୍ ଟ୍ରେନ୍ ?

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଥିଲେ ଯେ ୫୦୮ କିଲୋମିଟର ଲମ୍ବା ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ (MAHSR) ପ୍ରକଳ୍ପ ମହାରାଷ୍ଟ୍ର, ଗୁଜରାଟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାବେଳି ଦେଇ ଗତି କରିବ । ଏହି ରାସ୍ତାରେ ମୋଟ ୧୨ଟି ଷ୍ଟେସନ ରହିବ ।

  • ମୁମ୍ବାଇ (ବିକେସି)
  • ଥାନେ
  • ଭିରାର
  • ବୋଇସାର
  • ଭାପି
  • ବିଲିମୋରା
  • ସୁରଟ
  • ଭରୁଚ
  • ଭଦୋଦରା
  • ଆନନ୍ଦ
  • ଅହମଦାବାଦ
  • ସାବରମତୀ

ନିର୍ମାଣ କାର୍ଯ୍ୟ କେତେ ଦୂର ଆଗେଇଛି ?

ଷ୍ଟେସନଗୁଡ଼ିକର କାର୍ଯ୍ୟ

ଗୁଜରାଟର ସମସ୍ତ ଆଠଟି ଷ୍ଟେସନ (ଭାପି, ବିଲିମୋରା, ସୁରଟ, ଭରୁଚ, ଆନନ୍ଦ, ଭଦୋଦରା, ଅହମଦାବାଦ ଏବଂ ସାବରମତୀ)ରେ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ ହୋଇଛି ।

ମହାରାଷ୍ଟ୍ରର ଥାଣେ, ଭିରାର ଏବଂ ବୋଇସରରେ କାମ ଦ୍ରୁତ ଗତିରେ ଚାଲିଛି । ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (BKC) ଷ୍ଟେସନରେ ଖନନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ନଦୀ ଉପରେ ପୋଲ

ଏହି ରାସ୍ତାରେ ୧୭ଟି ନଦୀ ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ।

ଗୁଜରାଟର ଚାରୋଟି ପ୍ରମୁଖ ନଦୀ ନର୍ମଦା, ମାହି, ତାପ୍ତୀ ଏବଂ ସାବରମତୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ରହିଛି । ଏହା ବ୍ୟତୀତ, ମହାରାଷ୍ଟ୍ରରେ ଚାରୋଟି ନଦୀ ସେତୁ ନିର୍ମାଣାଧୀନ ଅଛି ।

ସମୁଦ୍ର ତଳେ ସୁଡ଼ଙ୍ଗ

ମୁମ୍ବାଇର ବିକେସିରେ ଖନନ କାର୍ଯ୍ୟ ପ୍ରାୟ ୯୧% ସମାପ୍ତ ହୋଇଛି । ସମୁଦ୍ର କୂଳରେ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ଘନସୋଲି ଏବଂ ଶିଳଫଟା ମଧ୍ୟରେ ୪.୮ କିଲୋମିଟର ଅଂଶ ସମ୍ପୂର୍ଣ୍ଣ ହୋଇସାରିଛି ।

'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ ସ୍ୱଦେଶୀ ଶକ୍ତି

ଭାରତୀୟ ରେଳବାଇ ଅନୁଯାୟୀ, 'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ ଏହି ପ୍ରକଳ୍ପ ଭାରତର ଘରୋଇ ହାଇ-ସ୍ପିଡ୍ ରେଳ କ୍ଷମତାକୁ ଏକ ପ୍ରମୁଖ ବୃଦ୍ଧି ପ୍ରଦାନ କରିବ । ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଏବଂ ବେଙ୍ଗାଲୁରୁ ସ୍ଥିତ BEML ଲିମିଟେଡ୍ ମିଳିତ ଭାବରେ ଏହି ଟ୍ରେନ୍ ସେଟ୍ଗୁଡ଼ିକୁ ବିକଶିତ କରୁଛନ୍ତି । ଏହାର ଡିଜାଇନ୍ ସ୍ପିଡ୍ ୨୮୦ କିଲୋମିଟର ପ୍ରତି ଘଣ୍ଟା ହେବ ।