ଆନନ୍ଦପୁର: ବଜ୍ରପାତରେ ଫାଟିଗଲା ମୋବାଇଲ୍ । ଗୁରୁତର ଆହତ ହେଲେ ଦୋକାନୀ । ଏଭଳି ଏକ ଭୟଙ୍କର ଘଟଣା ଘଟିଛି ଘସିପୁରା ଥାନା ଅଞ୍ଚଳରେ। ଆହତ ଲୁଗା ଦୋକାନୀ ଜଣକ ଫୁଟପାଥରେ ଦୋକାନ କରିଥିଲେ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ମଧ୍ୟାହ୍ନରେ ପ୍ରାୟ ଅଧ ଘଣ୍ଟା ଧରି ଆନନ୍ଦପୁର ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଘସିପୁରା ଥାନା ଅନ୍ତର୍ଗତ ସୁରୁସୁଡ଼ିଆ ବାଇପାସ୍ ରାସ୍ତା କଡ଼ରେ ଲୁଗା ଦୋକାନ କରିଥିବା ଫିରୋଜ ଅଲ୍ଲି ଦୋକାନରେ ବସି ମୋବାଇଲ୍ ଦେଖୁଥିଲେ । ହେଲେ ହଠାତ୍ ଏକ ଶକ୍ତିଶାଳୀ ବଜ୍ରପାତରେ ତାଙ୍କ ମୋବାଇଲଟି ଫାଟି ଯାଇଥିଲା। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତେବେ ସ୍ଥାନୀୟ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।