ଭଞ୍ଜନଗର: ଗ୍ୟାସ ସିଲିଣ୍ଡର ଫାଟି ଦୋକାନରେ ଲାଗିଲା ନିଆଁ। ଆଉ ନିଆଁ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରାଘାଇ ଛକଠାରେ। ମୃତ ନାବାଳକ ଜଣକ ନିଜ ମାମୁଘରକୁ ବୁଲିବାକୁ ଆସିଥିବାବେଳେ ଏଭଳି ଘଟଣା ଘଟିଛି। ତେବେ ପୋଲିସ ମାମଲାରେ ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ଦୁଲାଡ଼ ଗ୍ରାମର ବାଦଲ ମୂଳି l

ସୂଚନା ଅନୁସାରେ, ଦୁଲାଡ଼ ଗ୍ରାମର ବାଦଲ ମୂଳି (୧୩) ଖରାଛୁଟି ଥିବାରୁ ସାମନ୍ତରାଘାଇରେ ଥିବା ନିଜ ମାମୁଘରକୁ ବୁଲିବାକୁ ଆସିଥିଲେ। ମଙ୍ଗଳବାର ଖରାବେଳେ ସାମନ୍ତରାଘାଇରେ ଥିବା ମାମୁଙ୍କ ତେଜରାତି ଦୋକାନ ଦୋକାନକୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟ ଯେ, ଦୋକାନରେ କୌଣସି କାରଣରୁ ନିଆଁଲାଗିଯାଇଥିଲା। ଫଳରେ ସେଠାରେ ଥିବା ଏକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ଗ୍ୟାସ ସିଲିଣ୍ଡରଟି ଫାଟିଯିବାରୁ ନିଆଁ ଆହୁରି କରାଳ ରୂପ ନେଇଥିଲା। ବାଦଲ ନିଆଁ ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

Also Read: ଏମିତି ବି ଆସେ ମୃତ୍ୟୁ ! ବ୍ରିଜ ଉପରେ ବସି କଥା ହେଉଥିଲେ, ଚଢ଼ାଇଦେଲା କାର୍

ତେବେ ଦୋକାନରେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ସୋରଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୋରଡ଼ା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।