ଭୁବନେଶ୍ବର ୩୦।୧୦: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବେ । ଆସନ୍ତା ୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । ନାଭାଲ ହେଲିକପ୍ଟର ଖାଦ୍ୟ ପୁଡିଆ ଏୟାର ଡ୍ରପ୍ କରିବ । ଗଞ୍ଜାମର ୨୨ଟି ସ୍ଥାନରେ ଏୟାର ଡ୍ରପ୍ କରାଯିବ । ଆଜି ବି ଆବଶ୍ୟକ ପଡ଼ିଲେ ଏୟାରଲିଫ୍ଟ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ । ଗଜପତି ଓ କନ୍ଧମାଳ ବି ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ବର୍ଷା କମିବା ଆଶ୍ୱସ୍ତି ଆଣିଛି । ଅକ୍ଟୋବର ୧ରୁ ୩୦ ଅକ୍ଟୋବର ମଧ୍ୟରେ ଓଡ଼ିଶାରେ ୧୩୨ ମିଲିମିଟର ବର୍ଷା ହୋଇଛି । ସ୍ଵାଭାବିକ ବର୍ଷା ଠୁ ୧୮.୭ ପ୍ରତିଶତ ଅଧିକ । ତିନି ଦିନ ମଧ୍ୟରେ ଅଧିକ ବର୍ଷା ହୋଇଛି । ଗଞ୍ଜାମରେ ତିନି ଦିନ ମଧ୍ୟରେ ୧୧୮ ପ୍ରତିଶତ ବର୍ଷା ହୋଇଛି ।

ଗଞ୍ଜାମରେ ୨୨ ବ୍ଲକ୍ ପ୍ରଭାବିତ ହୋଇଛି । ୪୩ ହଜାର ଲୋକ ପ୍ରଭାବିତ ହୋଇଛି । ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୫୨ ରିଲିଫ ସେଣ୍ଟରରେ ଅଛନ୍ତି । ୭୨ ଗାଁ ପ୍ରଭାବିତ ହୋଇଥିବା ବେଳେ ୯ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି । କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ସ୍ଥାନାନ୍ତରଣ କରଯାଇଛି । ନାଭାଲ ହେଲିକପ୍ଟର ଖାଦ୍ୟ ପୁଡିଆ ଏୟାର ଡ୍ରପ୍ କରିବ । ୨୨ଟି ସ୍ଥାନରେ ଏୟାର ଡ୍ରପ୍ କରାଯିବ । ହିଞ୍ଜିଳି, ଚିକିଟି, ପୁରୁଷତ୍ତମପୁର, ଶେରଗଡ, ଧରାକୋଟ, ଆସ୍କା, ବେଲଗୁଣ୍ଠା ଭଳି ସ୍ଥାନରେ ଏୟାର ଡ୍ରପ୍ କରାଯିବ ।

Also Read:- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ, ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଏବେ ଉଡାଣ ଆରମ୍ଭ କରିବ ନାଭାଲ ହେଲିକପ୍ଟର । ୪୦ ଜଣ ତାଲିମପ୍ରାପ୍ତ ଲୋକ ରନ୍ଧା ଖାଦ୍ୟ ନେଇ ପହଞ୍ଚିବେ । ପାଣି ସ୍ରୋତ ଥିବା ଯୋଗୁଁ ଯିବା ସମ୍ଭବପର ହେଉନଥିଲା । ଆଜି ସ୍ଥିତି ସୁଧୁରିଛି । ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ କୌଣସି କାଜୁଆଲିଟି ରିପୋର୍ଟ ଆସିନାହିଁ । ଆସନ୍ତା ୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବେ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Watch Video: