ବାରିପଦା: ମାଆକୁ ଧକ୍କା ଦେଇ ୩ ବର୍ଷର ପୁଅ ଉପରେ ଚଢ଼ିଗଲା ବସ୍। ଗୁରୁତର ଅବସ୍ଥାର ଶିଶୁପୁତ୍ରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ଘରୋଇ ବସଷ୍ଟାଣ୍ଡରେ। ଡ୍ରାଇଭରର ଅସାବଧାନତା ହେତୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ଧାରୀ ଗ୍ରାମର ଦମ୍ପତି ୩ ବର୍ଷର ସନ୍ତାନ ସହ ବସ୍ ଯୋଗେ କୌଣସି ସ୍ଥାନକୁ ଯିବା ପାଇଁ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ହେଲେ ବାରିପଦା ବସଷ୍ଟାଣ୍ଡରେ ପିଲାଟି ମାଆର ହାତ ଧରି ଯାଉଥିବା ସମୟରେ ବାରିପଦାରୁ ଚନ୍ଦନେଶ୍ଵର ଯାଉଥିବା ଗୀତାଞ୍ଜଳୀ ବସ୍ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ମାଆ ପୁଅ ଉଭୟ ତଳେ ପଡ଼ିଯାଇଥିଲେ। ହେଲେ ମାଆ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କୁନି ପିଲାଟିର ଗୋଡ଼ ଉପରେ ବସ୍ ମାଡ଼ି ଯାଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ ଶିଶୁପୁତ୍ର। ତାଙ୍କୁ ବାରିପଦା ମେଡିକାଲର ICUରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଶିଶୁଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

Also Read: ବାହାଘର ସାରି ଘରକୁ ଫେରୁଥିଲେ, ଅଧାରାସ୍ତାରେ ମରିଗଲା ଖୁସି, ଦୁର୍ଘଟଣାରେ ଚାଲିଗଲା ୫ ଜୀବନ​​​​​​​