ନୂଆଦିଲ୍ଲୀ: ଜନ୍ମ କଲା ମାଆ ହେଲା ପର ! ରୋଗରେ ପୀଡ଼ିତ ଥିଲା ବୋଲି ଛାତ ଉପରୁ ଫିଙ୍ଗି ମାରିଦେଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଥିବା ବେଳେ, ମାଆର ଦୀର୍ଘ ଦିନର ରୋଗ ଯୋଗୁ ହତାଶ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଘଟଣା ବେଙ୍ଗାଲୁରୁ ଆରଆର ନଗରର।

ସୂଚନା ଅନୁସାରେ, ଆରଆର ନଗର ସ୍ଥିତ BEML ଲେଆଉଟ ବିଲ୍ଡିଂର ଦ୍ବିତୀୟ ମହଲାରେ ନିଜ ପରିବାର ସହ ରହୁଥିଲା ଅଭିଯୁକ୍ତ ଭେଙ୍କଟେଶ (୪୨)। ପୋଲିସର କହିବା ଅନୁସାରେ ଭେଙ୍କଟେଶ ବିବାହିତ ଏବଂ ସେ ତା ପତ୍ନୀ ଏବଂ ୭୨ ବର୍ଷୀୟ ମାଆ ସାବିତ୍ରିମ୍ମାଙ୍କ ସହ ରହୁଥିଲା। ହେଲେ ବୃଦ୍ଧା ମାଆ ଗତ ପାଞ୍ଚ ବର୍ଷରୁ ପାରାଲିସିସ ଯୋଗୁ ପୀଡ଼ିତ ହୋଇ ଶଯ୍ୟାଶାୟୀ ରହିଥିଲେ। ଯାହାକୁ ନେଇ ଚିନ୍ତିତ ଥିଲେ ଭେଙ୍କଟେଶ। ଆଉ ଶେଷରେ ହତାଶା ଯୋଗୁ ମାଆଙ୍କୁ ବିଲ୍ଡିଂରୁ ଫିଙ୍ଗିଦେଇଥିଲା।

Also Read: ୧୨ ମାମଲାରେ ଓ୍ବାଣ୍ଟେଡ୍, ୧୧ ବର୍ଷ ଧରି ଫେରାର...ପୂର୍ବତନ ବିଧାୟକଙ୍କୁ ହତ୍ୟା ପାଇଁ ରଚିଥିଲା ଷଡ଼ଯନ୍ତ୍ର

ଭେଙ୍କଟେଶ ମାଆକୁ ଛାତ ଉପରକୁ ନେଇଥିଲେ ଏବଂ ସେଠାରୁ ଫିଙ୍ଗିଦେଇଥିଲେ। ଏତେ ଉଚ୍ଚରୁ ପଡ଼ିବାରୁ ଘଟଣାସ୍ଥଳରୁ ହିଁ ବୃଦ୍ଧାଙ୍କ ଜୀବନ ଚାଲିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀ ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଇଛି। ତାଙ୍କର ଆର୍ଥିକ ସ୍ଥିତି ଏବଂ ବିଷୟରେ ମଧ୍ୟ ଯାଞ୍ଚ ଚାଲିଛି। ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଜାଣିବାକୁ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯିବ ବୋଲି ପୋଲିସ ସୂଚନା ଦେଇଛି।