ପୁରୁଷୋତ୍ତମପୁର ୪।୧୧: ଗଞ୍ଜାମରେ ବନ୍ୟା କ୍ଷୟକ୍ଷତି ଆକଳନ କରୁଛି ସେଣ୍ଟ୍ରାଲ ଟିମ୍ । ଆଜି କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର, ହିଞ୍ଜିଳି, ଆସିକା, ଧରାକୋଟରେ ଅନୁଧ୍ୟାନ କରି ଥିଲେ l ବନ୍ୟା ଦ୍ୱାରା ଅଞ୍ଚଳ କେତେ ପ୍ରଭାବିତ ହୋଇଛି ? କେତେ କ୍ଷୟକ୍ଷତି ହୋଇଛି ସେ ନେଇ ୮ ଜଣିଆ କେନ୍ଦ୍ରୀୟ ଟିମ୍ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଅନୁଧ୍ୟାନ କରିଥଲେ ।

ବାତ୍ୟା ‘ଅର୍ଣ୍ଣବ’ ଜନିତ କ୍ଷୟକ୍ଷତି ଆକଳନ ପାଇଁ ୮ ଜଣିଆ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ (IMCT) ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପୁରୁଷୋତ୍ତମପୁର ବ୍ଲକ୍‌ର ଆଚୁଲି ଓ ହାଣ୍ଡିଘର ଗ୍ରାମ ସମେତ ହୀରାଧରବାଟି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଟିମ୍ ନଦୀବନ୍ଧ, ଚାଷ ଜମି, ଉଠା ଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଖୁଣ୍ଟି ଓ ଉଦ୍ୟାନ କୃଷି ଫସଲର କ୍ଷୟକ୍ଷତି ସହ ଜଳସେଚନ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଆସିକା ମେଡିକାଲ୍ ନବରତ୍ନପୁର ଗାଁ ଏବଂ ଧରାକୋଟ ଜାନିବିଲି ଆନିକଟ ଅନୁଧ୍ୟାନ କରିଥଲେ l

ଉଜୁଡି ଯାଇଛି ଚାଷ । ଭାଙ୍ଗି ଯାଇଛି ରାସ୍ତା । ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଛି ଘର ଦ୍ୱାର ବଜାର ଘାଟ, ସବୁ କିଛି ଭାଙ୍ଗି ରୁଜି ଚୁରମାର ହୋଇଯାଇଛି l ଦୁର୍ଦ୍ଦଶାରେ ଅଞ୍ଚଳବାସୀ ବଡ ଦୁଃଖରେ କାଳତିପାତ କରୁଥିବା କହିଛନ୍ତି ଅଞ୍ଚଳବାସୀ l ସେପଟେ ସ୍ଥିତି ଅନୁଧ୍ୟାନ କରି କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ l ପୁରୁଷୋତ୍ତମପୁର ଅଞ୍ଚଳରେ ବି ଅନେକ କ୍ଷୟକ୍ଷତି ହୋଇଥିବା କବିସୂର୍ଯ୍ୟନଗର ବିଧାୟକ କହିଛନ୍ତି l

Also Read:- ଗଞ୍ଜାମ ବନ୍ୟା ପରେ ତେଜିଲା ରାଜନୀତି, ବିରୋଧୀଙ୍କ ଅଭିଯୋଗକୁ BJPର ଖଣ୍ଡନ

ବନ୍ୟା ପରବର୍ତ୍ତୀର ସ୍ଥିତିକୁ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍ କେତେ କ୍ଷୟକ୍ଷତି ହୋଇଥିବା ଆକଳନ କରୁଛନ୍ତି ଏବଂ କେତେ କ୍ଷତିପୂରଣ ମିଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର l