କଳାହାଣ୍ଡି: ଜିଲ୍ଲା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା। ରେଡରେ ଏପର୍ଯ୍ୟନ୍ତ ଯନ୍ତ୍ରୀଙ୍କର ଠାବ ହେଲାଣି ୬୫ ଏକର ଜମି। ଯେଉଁଥିରେ ୧୭ ଏକରର ୨ଟି ଫାର୍ମ ହାଉସ ରହିଛି। ସେହିଭଳି ବର୍ତ୍ତମାନ ସୁଦ୍ଧା ୬୮ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ଏହା ସହ ୪ ବହୁତଳ କୋଠା, ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଠାବ ହୋଇଛି। ଏବେବି ୬ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଟଙ୍କା ସୁନା ଗହଣାର ବି ଚାଲିଛି ଖୋଳତାଡ଼।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବର ୧୯୯୯ ମସିହାରେ ୬ ହଜାର ଟଙ୍କାରେ ଜେଇ ଭାବରେ ସୁନାବେଡ଼ାରୁ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ସେ ନବରଙ୍ଗପୁର ପରେ କଳାହାଣ୍ଡି ଜିଲ୍ଲାରେ ପ୍ରମୋସନ ହୋଇ AE ହୋଇଥିଲେ। ବର୍ତ୍ତମାନ ଧର୍ମଗଡ଼ ଏବଂ ଭବାନୀପାଟଣା ଦୁଇଟି ଦାଇତ୍ବରେ ରହିଥିବା ବେଳେ, ତାଙ୍କ ନାଁରେ ରହିଥିଲା ଅନେକ ଅଭିଯୋଗ ।

Also Read: Vigilance Trap: ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ, ଦରମା ବିଲ୍ କରାଇବାକୁ ନେଉଥିଲେ ଲାଞ୍ଚ

ପୂର୍ତ୍ତ ବିଭାଗର କାମ କରୁଥିବା ଠିକାଦାରମାନଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ସହିତ ବ୍ୟବସାୟିକ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ରହିଛି। ଏମିତିକି ଚାକିରି ନାଁରେ ମଧ୍ୟ ଲୁଟୁଥିଲେ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁର ଅନେକ ଠିକାଦାରମାନଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନାଁରେ ଏବଂ ତାଙ୍କ ପରିବାରର ଅନେକ ସଦସ୍ୟମାନଙ୍କ ନାଁରେ ଅନେକ ଜଗାବାଡ଼ି ରଖିଛନ୍ତି।