ନୂଆଦିଲ୍ଲୀ: ନୂଆ ଫିଚର ଓ ଅତ୍ୟାଧୁନିକ ସୁରକ୍ଷା ଟେକ୍ନୋଲୋଜୀ ସହ ମାରୁତି ସୁଜୁକି ନିଜର ପ୍ରିମିୟମ ହ୍ୟାଚବ୍ୟାକ୍ ବାଲେନୋରେ ବଡ଼ ପରିବର୍ତ୍ତନ କରିଛି। ଶୁକ୍ରବାର ଲଞ୍ଚ୍ ହୋଇଥିବା ମାରୁତି ସୁଜୁକିର ଅପଡେଟେଡ୍ ମଡେଲ ୨୦୨୬ ବାଲେନୋ ଫେସ୍‌ଲିଫ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ ୬.୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହି ଫେସଲିଫ୍ଟରେ କେବଳ ଡିଜାଇନ୍ ପରିବର୍ତ୍ତନ ହୋଇନାହିଁ, ବରଂ ନୂଆ ଇଞ୍ଜିନ, ଅପଗ୍ରେଡ୍ କ୍ୟାବିନ୍ ଓ ଅଧିକ ସୁରକ୍ଷା ଫିଚର ଦିଆଯାଇଛି।

ବାଲେନୋର ସବୁଠାରୁ ବଡ଼ ଅପଡେଟ୍ ହେଉଛି Level 2 ADAS। ପ୍ରିମିୟମ ହ୍ୟାଚବ୍ୟାକ୍ ସେଗମେଣ୍ଟରେ ଏହି ଟେକ୍ନୋଲୋଜି ବାଲେନୋକୁ ଅନ୍ୟ ମଡେଲଠାରୁ ଅଲଗା କରିଛି। ନୂଆ ମଡେଲରେ ମାରୁତି ସୁଜୁକିର ଅନ୍ୟ କିଛି ନୂଆ ମଡେଲ୍ରେ ବ୍ୟବହୃତ ପାୱାରଟ୍ରେନ୍ ମଧ୍ୟ ଦିଆଯାଇଛି।

ନୂଆ ୧.୨ ଲିଟର ଇଞ୍ଜିନ

୨୦୨୬ ବାଲେନୋରେ ୧.୨ ଲିଟର, ତିନି-ସିଲିଣ୍ଡର ନ୍ୟାଚୁରାଲି ଆସ୍ପିରେଟେଡ୍ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଏହି ଇଞ୍ଜିନ ମାରୁତି ସୁଜୁକି ସ୍ୱିଫ୍ଟ ଓ ଡିଜାୟାରରେ ମଧ୍ୟ ବ୍ୟବହାର ହେଉଛି। ନୂଆ ପାୱାରଟ୍ରେନ୍ ଯୋଗୁ ବାଲେନୋକୁ କମ୍ପାନୀର ନୂଆ ଇଞ୍ଜିନ ରଣନୀତି ସହ ଯୋଡ଼ାଯାଇଛି। ତେବେ ମାରୁତି ଏଥିରେ ଟର୍ବୋ ପେଟ୍ରୋଲ ଇଞ୍ଜିନ ନଦେଇ ନ୍ୟାଚୁରାଲି ଆସ୍ପିରେଟେଡ୍ ପେଟ୍ରୋଲ ଇଞ୍ଜିନ ଉପରେ ଭରସା କରିଛି।

କ୍ୟାବିନରେ ନୂଆ ଫିଚର

ଫେସଲିଫ୍ଟ ବାଲେନୋର କ୍ୟାବିନରେ ମଧ୍ୟ ଅନେକ ନୂଆ ଫିଚର ଯୋଡ଼ାଯାଇଛି। ଏଥିରେ କୁଲିଂ ସୁବିଧା ସହ ୱାୟାରଲେସ୍ ଚାର୍ଜିଂ ପ୍ୟାଡ୍ ରହିଛି। ଦୀର୍ଘ ସମୟ ଚାର୍ଜିଂ ସମୟରେ ସ୍ମାର୍ଟଫୋନ୍ ଅଧିକ ଗରମ ହେବାକୁ ଏହି ବ୍ୟବସ୍ଥା ରୋକିବାରେ ସହାୟତା କରିବ। ଏହା ସହ କ୍ଲିରିଅନ ବ୍ରାଣ୍ଡର ଅଡିଓ ସିଷ୍ଟମ୍ ଏବଂ ଫ୍ରଣ୍ଟ ସିଟ୍ରେ ଭେଣ୍ଟିଲେସନ୍ ସୁବିଧା ଦିଆଯାଇଛି। କମ୍ପାନୀର ଦାବି ଅନୁସାରେ, ଏହି ସେଗମେଣ୍ଟରେ ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏକ ପ୍ରଥମ ଫିଚର।

Also Read-  Tata Curvv Series X ଲଞ୍ଚ: ଦାମ ୯.୯୯ ଲକ୍ଷରୁ ଆରମ୍ଭ, ମିଳିବ ପ୍ରିମିୟମ୍ ଫିଚର୍ସ

Level 2 ADAS ହେଉଛି ବଡ଼ ଆକର୍ଷଣ

ନୂଆ ବାଲେନୋର ସବୁଠାରୁ ଚର୍ଚ୍ଚିତ ଫିଚର ହେଉଛି Level 2 ADAS। ଏହା ଡ୍ରାଇଭରଙ୍କ ଉପରେ ଥିବା ଚାପ କମାଇବା ସହ ଟ୍ରାଫିକ୍ ସମୟରେ ଅତିରିକ୍ତ ସୁରକ୍ଷା ଦେବା ପାଇଁ ଡିଜାଇନ୍ କରାଯାଇଛି।

ADAS ପ୍ୟାକେଜରେ ଆଡେପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ, ଲେନ୍ କିପ୍ ଆସିଷ୍ଟ, ଅଟୋନୋମସ ଏମାର୍ଡେନ୍ସି ବ୍ରେକିଂ ଏବଂ ଅଟୋନୋମସ ହାଇ-ବିମ୍ ଆସିଷ୍ଟ ଭଳି ଫିଚର ରହିଛି। ଏହି ଟେକ୍ନୋଲୋଜି ଯୋଗୁ ବାଲେନୋ ଏହାର ସେଗମେଣ୍ଟର ଅଧିକ ଫିଚର ଥିବା ହ୍ୟାଚବ୍ୟାକ୍ ମଧ୍ୟରେ ସାମିଲ ହୋଇଛି।

ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଗାଡ଼ିରେ ବଡ଼ ଅପଗ୍ରେଡ୍ ହୋଇଛି। ସମସ୍ତ ଭାରିଆଣ୍ଟରେ ୬ଟି ଏୟାରବ୍ୟାଗ୍ ଦିଆଯାଇଛି। ଏହା ସହ ଇବିଡି ସହିତ ଏବିଏସ, ଟାୟାର ପ୍ରେସର ମନିଟରିଂ ସିଷ୍ଟମ ଏବଂ ବିଲ ହୋଲ୍ଡ ଆସିଷ୍ଟ ଭଳି ଫିଚର ମଧ୍ୟ ମିଳୁଛି।

୬.୧୦ ଲକ୍ଷ ଟଙ୍କାରୁ ଆରମ୍ଭ ମୂଲ୍ୟ ସହ ୨୦୨୬ ମାରୁତି ସୁଜୁକି ବାଲେନୋ ନୂଆ ଇଞ୍ଜିନ, ଅଧିକ କମ୍ଫର୍ଟ ଫିଚର ଓ Level 2 ADAS ଭଳି ଅତ୍ୟାଧୁନିକ ସୁରକ୍ଷା ପ୍ରଯୁକ୍ତି ଯୋଗୁ ପ୍ରିମିୟମ ହ୍ୟାଚବ୍ୟାକ୍ ବଜାରରେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛି।