ଭୋଗରାଇ ୧୧।୭: ଇଲିସି ମାଛ ଧରିବାକୁ ଯାଇ ସମୁଦ୍ରରେ ନିଖୋଜ ହୋଇଥିବା ୧୬ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିଛି । ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି. ଦୂରରେ ଠାବ ହେଲେ ମତ୍ସ୍ୟଜୀବୀ । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାପଡିଛି । ଏ ନେଇ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟଜୀବୀ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଦ୍ବୀପରେ ଫସିଛନ୍ତି ମତ୍ସ୍ୟଜୀବୀ

ପଶ୍ଚିମବଙ୍ଗ ଶଙ୍କରପୁରରୁ ନିଖୋଜ ୧୬ ମତ୍ସ୍ୟଜୀବୀ କାକଦ୍ୱୀପ ଠାରୁ ୨ କି.ମି. ଦୂରରେ ଥିବା ଏକ ଦ୍ବୀପରେ ଫସି ରହିଛନ୍ତି । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି । ଏ ନେଇ ସୂଚନା ପାଇବା ପରେ, ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଶଙ୍କରପୁର ମାଛ ବ୍ୟବସାୟୀ ସଂଘର ସମ୍ପାଦକ ସ୍ୱଦେଶ ନାୟକ କହିଛନ୍ତି ।

ଇଲିସି ଧରିବାକୁ ଯାଇ ନିଖୋଜ

ଇଲିସ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ ୧୬ ଜଣ ମତ୍ସ୍ୟଜୀବୀ । ପାଗ ଦେଖି ଜୁଲାଇ ୨ ତାରିଖରେ ସମୁଦ୍ରକୁ ବାହାରିଥିଲେ । ମା’ କାଳୀ ଟ୍ରଲର ସହିତ ୧୬ ଜଣ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନଥିଲା । ପଶ୍ଚିମବଙ୍ଗ ଶଙ୍କରପୁର ଯାଇଥିବା ବେଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନା ହେଲିକପ୍ଟରର ସହାୟତା ପାଇଁ ନିବେଦନ କରିଥିଲେ ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ।