ଭୁବନେଶ୍ୱର ୨୩।୧୨: ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ।

​​​​​​​

​​​​​​​

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ଚରଣ ମାଝୀ ଆଜି ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଜାନୁଆରୀ ସୁଦ୍ଧା ମୋଟ ୪୨୮ଟି ଆମ୍ଵୁଲାନ୍ସ ଲୋକାର୍ପଣ ହେବ। ଏବେ ସାରା ରାଜ୍ୟରେ ୮୬୬ଟି ଆମ୍ଵୁଲାନ୍ସ ଚାଲୁଛି। ଏହି ୮୬୬ଟି ମଧ୍ଯରେ (୪୧୧ଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ (ALS), ୪୪୯ ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ (BLS) ଏବଂ ୬ ଟି ନୌକା ଆମ୍ବୁଲାନ୍ସ (Boat Ambulance)ଅନ୍ତର୍ଭୁକ୍ତ ରହିଛି। ୧୦୮ ଆମ୍ବୁଲାନ୍ସ ସେବା ବ୍ୟତୀତ ଗର୍ଭବତୀ ମା' ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ରାଜ୍ୟରେ ୫୦୦ଟି ଜନନୀ ଏକ୍ସପ୍ରେସ୍'" ଆସୁଲାନ୍ସର ମଧ୍ୟ ବ୍ୟବସ୍ଥା ରହିଛି । ପ୍ରତିଦିନ ହାରାହାରି ୫୦୦୦ ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଏବଂ ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ସେବା ଦ୍ବାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି।

ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଛି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଗୁଡିକର ପଞ୍ଜିକରଣ, ବୀମା ଏବଂ ବ୍ରାଣ୍ଡିଙ୍ଗ୍ ସହିତ ପ୍ରତି ଆମ୍ବୁଲାନ୍ସ ପାଇଁ ୨୫.୭୭ଲକ୍ଷ ଟଙ୍କାରେ ଖର୍ଚ୍ଚ କରାଯାଇଛି। ଏବଂ ୪୨୮ ଗୋଟି ଆମ୍ଵୁଲାନ୍ସ ପାଇଁ ମୋଟ ପ୍ରାୟ ୧୧୧ କୋଟି ଟଙ୍କା ବ୍ୟୟ ହୋଇଛି। ଏହାର ସମୁଦାୟ କ୍ରୟ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପାଣ୍ଠିରୁ ବହନ କରାଯାଇଛି।

​​​​​​​