ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱଧୀନ ଇଣ୍ଡି ମେଣ୍ଟ ଗୁରୁବାର ଓଡ଼ିଶାରେ ବନ୍ଦ ଡାକରା ଦେଇଛି । ଏଥିପାଇଁ ବନ୍ଦ ରହିବ ଅଟୋ ଚଳାଚଳ । ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ଅଟୋ ଟ୍ୟାକ୍ସି ଚାଳକ ମହାସଂଘ ସାଧାରଣ ସମ୍ପାଦକ । ସଂଘ କହିଛି ଆସନ୍ତାକାଲି ସାରା ରାଜ୍ୟରେ ୧ଲକ୍ଷରୁ ଅଧିକ ଅଟୋ ରାସ୍ତାକୁ ଓହ୍ଲାଇବେ ନାହିଁ । ରାଜଧାନୀ ଭୁବନେଶ୍ବରରେ ୨୦ହଜାରରୁ ଅଧିକ ଅଟୋ ଚଳାଚଳ କରିବ ନାହିଁ । ସେପଟେ କାଲି ଓଡ଼ିଶା ବନ୍ଦରେ ସାମିଲ ହେବନି ଘରୋଇ ବସ । ଏନେଇ ସୂଚନା ଦେଇଛନ୍ତି ଘରୋଇ ମାଲିକ ସଂଘ ସଭାପତି । ସରକାର ବସ୍ ଚଳାଚଳ ପାଇଁ ସୁରକ୍ଷା ଯୋଗାଇବାକୁ ସେ ଅପିଲ କରିଛନ୍ତି । ତେବେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦେବାକୁ ଘୋଷଣା କରିଛି କଂଗ୍ରେସ ।

ଆସନ୍ତା କାଲି ଓଡ଼ିଶା ବନ୍ଦ । ଡାକରା ଦେଇଛି କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିମେଣ୍ଟ । ତେବେ ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଥିବା କହିଛି କଂଗ୍ରେସ । ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ପ୍ରିଟେଷ୍ଟ ପରୀକ୍ଷା ଚାଲିଥିବାରୁ ସେମାନଙ୍କୁ କେହି ଅଟକାଇବେ ନାହିଁ । ସେହିଭଳି ଆମ୍ବୁଲାନ୍ସ, ଔଷଧ ଦୋକାନ, ହସ୍ପିଟାଲଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି । ଏବେ ଆସନ୍ତୁ ନଜର ପକାଇବା କାଲି ଓଡ଼ିଶା ବନ୍ଦ ବେଲେ କ’ଣ ବନ୍ଦ ରହିବ ଆଉ କ’ଣ ଖୋଲା ରହିବ । ପ୍ରଥମେ ଆସନ୍ତୁ ନଜର ପକାଇବା କାଲି କ’ଣ ବନ୍ଦ । କାଲି ସାରା ରାଜ୍ୟରେ ବନ୍ଦ ରହିବ ଅଟୋ ଚଳାଚଳ । ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ଅଟୋ ଟ୍ୟାକ୍ସି ଚାଳକ ମହାସଂଘ ସାଧାରଣ ସମ୍ପାଦକ । ସଂଘ କହିଛି ଆସନ୍ତାକାଲି ସାରା ରାଜ୍ୟରେ ୧ଲକ୍ଷରୁ ଅଧିକ ଅଟୋ ରାସ୍ତାକୁ ଓହ୍ଲାଇବେ ନାହିଁ । ରାଜଧାନୀ ଭୁବନେଶ୍ବରରେ ୨୦ହଜାରରୁ ଅଧିକ ଅଟୋ ଚଳାଚଳ କରିବ ନାହିଁ । କାରଣ ବନ୍ଦ ସମୟରେ ଗାଡ଼ିର କିଛି କ୍ଷତି ହେଲେ ଇନ୍ସ୍ୟୁରାନ୍ସ କ୍ଲେମ ସୁବିଧା ନଥାଏ । ତେଣୁ ଅଯଥାରେ ରାସ୍ତାକୁ ଓହ୍ଲାଇ କ୍ଷତି ସହିବାକୁ କେହି ଚାହିଁବେନି । ତେଣୁ ଆସନ୍ତାକାଲି ଅଟୋ ସେବା ବନ୍ଦ ରହିବ ବୋଲି କହିଛି ସଂଘ ।

କଂଗ୍ରେସର ଘୋଷଣା ମୁତାବକ ସେମାନେ ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ, ସରକାରୀ ଓ ବେସରକାରୀ ଅଫିସ ବନ୍ଦ କରିବା ସହ ଚକଅଖ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଆସନ୍ତାକାଲି ରାଜ୍ୟରେ ଟ୍ୟାକ୍ସି ଚଳାଚଳ ତଥା ସାଧାରଣ ପରିବହନ ସେବା ବନ୍ଦ ରହିବ । ଅଦାଲତ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ କରିବେ ଆନ୍ଦୋଳନକାରୀ । ଅନ୍ୟପଟେ ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେବାକୁ ଘୋଷଣା କରିଛି କଂଗ୍ରେସ । ଯେଉଁଥିରେ ଆମ୍ବୁଲାନ୍ସ, ଔଷଧ ଦୋକାନ, ହସ୍ପିଟାଲ ଏବଂ ରୋଗୀମାନଙ୍କୁ ନେଇ ଯାଉଥିବା ଯାନବାହାନକୁ ବନ୍ଦରୁ ବାଦ୍ ଦିଆଯାଇଛି । ସେହିଭଳି ସ୍କୁଲରେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ହାଫ୍ ଇୟର୍ଲି ପରୀକ୍ଷା ଚାଲିଥିବାରୁ ସେମାନଙ୍କୁ କେହି ଅଟକାଇବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା ।

ସେପଟେ କାଲି ଓଡ଼ିଶା ବନ୍ଦରେ ସାମିଲ ହେବେନି ଘରୋଇ ବସ । ବସ ସେବା ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଏହା ବନ୍ଦରେ ସାମିଲ ହେବନି ବୋଲି ସୂଚନା ଦେଇଛନ୍ତି ଘରୋଇ ମାଲିକ ସଂଘ ସଭାପତି । ତେବେ ବସ୍ ଚଳାଚଳ ପାଇଁ ସୁରକ୍ଷା ଯୋଗାଇବାକୁ ଘରୋଇ ବସ୍ ମାଲିକ ସଂଘ ସରକାରଙ୍କୁ ଅପିଲ କରିଛନ୍ତି । ସେହିଭଳି ପେଟ୍ରୋଲ ପମ୍ପ ମାଲିକ ସଂଘ କହିଛି ସେମାନେ ପେଟ୍ରୋଲ ପମ୍ପ ଖୋଲା ରଖିବେ । ହେଲେ ଯଦି ପେଟ୍ରୋଲ ପମ୍ପ ପାଖରେ କୌଣସି ପ୍ରକାର ପିକେଟିଂ ହୁଏ ତାହେଲେ ସେମାନେ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ବାଧ୍ୟ ହେବେ । ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କଟକ ମାଲଗୋଦାମ ଖୋଲା ରହିବ ବୋଲି କହିଛି ମାଲଗୋଦାମ ବଣିକ ସଂଘ । କାଲି ଓଡ଼ିଶା ବନ୍ଦ ବେଳେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ରାଜଧାନୀରେ ଜଗିବେ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ।