ଭୁବନେଶ୍ୱର ୨୫।୦୩ : ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିଲେ । କିନ୍ତୁ ବିଧାନସଭାର ବିଧି ବ୍ୟବସ୍ଥା ଠିକ ଭାବେ ପାଳନ କରିବେନି । ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ? ବିରୋଧୀଙ୍କ ଲାଗି ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି । ଏମିତି କିଛି କହି ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Also Read:- ବିରୋଧୀଙ୍କ ନିଆରା ପ୍ରତିବାଦ, କଳା ଡ୍ରେସ୍ ପିନ୍ଧି ଜୋରଦାର ବିରୋଧ

ଶୁନ୍ୟକାଳରେ ବିରୋଧୀଙ୍କ କଡ଼ା ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଯେ, ବିରୋଧୀଙ୍କ ହଙ୍ଗାମା ଲାଗି ୧୨ କୋଟି ଟଙ୍କା ନଷ୍ଟ ହେଲାଣି । ସାଧାରଣ ଲୋକଙ୍କ ରାଜକୋଷର ଅର୍ଥ ବିଧାନସଭାରେ ଚାଲିଛି । ପ୍ରତିଦିନ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବିଧାନସଭା ବନ୍ଦ କରି ୧୨ କୋଟି ଟଙ୍କା ରାଜସ୍ୱ ନଷ୍ଟ ହେଲାଣି । ବିଧାନସଭାରେ ଅଭାବନୀୟ ପରିସ୍ଥିତି ଚାଲିଛି । କୌଣସି ସେସନରେ ବଜେଟ୍‌ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟ ଭାଗ ନିଅନ୍ତି । କିନ୍ତୁ ଲଗାତର ଭାବେ ଏହାର ବ୍ୟତିକ୍ରମ ଦେଖାଯାଉଛି । ୨୪ ବର୍ଷ ଶାସନ ଦଳ ଯଦି ବିଧାନସଭାର ବିଧି ବ୍ୟବସ୍ଥା ପାଳନ କରିବେ ନାହିଁ । ଏହାଠୁ ଦୁର୍ଭାଗ୍ୟ କିଛି ନାହିଁ । ପୂର୍ବରୁ ଧାନ କିଣା ନାଁରେ ପ୍ରଥମେ ବିରୋଧୀ ବିଧାନସଭା ବନ୍ଦ କରିଲେ । କୌଣସି ଚାଷୀ ଆପଣଙ୍କ ଆପଣଙ୍କ ସହ ନଥିଲେ ।ଏବେ ଏସସିବି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । କୌଣସି ଦୁର୍ଘଟଣାସ୍ଥଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିବାକୁ ପସନ୍ଦ କରୁନଥିଲେ ।  ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା । ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ମଧ୍ୟ ଗଠନ କରାଗଲା । ଯିଏ ଦୋଷୀ ତାଙ୍କ ଉପରେ ଆକ୍ସନ ବି ହେଲା ।

ଇତିଶ୍ରୀ , ବେବିନା, ମାଧବୀଲତା, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ?  ପୂର୍ବରୁ ସାକ୍ଷୀଙ୍କୁ ହତ୍ୟା କରାଯାଇଥିଲା। ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ କି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ କରିଥିଲେ କି ବିଧାନସଭାକୁ ଚଳାଇବା ଲାଗି । ହେଲେ କୌଣସି ଉତ୍ତର ଆସିନଥିଲା। ବିରୋଧୀଙ୍କ ଡର କଣ ପାଇଁ ?

Watch Video:-