ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଓ ହୋର୍ମୁଜ ଜଳମାର୍ଗ ବନ୍ଦ ରହିବା ଯୋଗୁ ପାରସ୍ୟ ଉପସାଗରରେ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ବାଣିଜ୍ୟିକ ଜାହାଜ ଫସି ରହିଛନ୍ତି। ସେଥିରେ ୧୧ ହଜାରରୁ ଅଧିକ ନାବିକ ମଧ୍ୟ ଅଛନ୍ତି। ହୋର୍ମୁଜ କେବେ ଖୋଲିବ ଓ ଜାହାଜ ଚଳାଚଳ ସ୍ୱଭାବିକ ହେବ ତାକୁ ନେଇ ଜାହାଜ ମାଲିକ, ନାବିକ ଓ ବ୍ୟବସାୟିକ ଓ ଶିଳ୍ପଗୋଷ୍ଠୀ ନାନା ଆଶଙ୍କା ଭିତରେ ରହିଛନ୍ତି।

ସୂଚନା ଅନୁସାରେ ଜାହାଜ ଭିତରେ ଫସି ରହିଥିବା ନାବିକଙ୍କ ପାଖରେ ଖାଦ୍ୟ ଓ ପିଇବା ପାଣିର ଅଭାବ ଦେଖାଦେଇଥିଲା ବେଳେ ଯୁଦ୍ଧର ଘନଘଟା ଯୋଗୁ ସେମାନେ ଘୋର ମାନସିକ ଦୁଶ୍ଚିନ୍ତା ଭିତରେ ସମୟ ଅତିବାହିତ କରୁଛନ୍ତି। ଗତ ଫେବ୍ରୁଆରୀ ୨୮ ତାରିଖ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ହୋର୍ମୁଜ ନିକଟରେ ୧୨ରୁ ଅଧିକ ଜାହାଜ ଉପରେ ଆକ୍ରମଣ ହୋଇଛି। ଫଳରେ ଜାହାଜଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ନାବିକମାନେ ମଧ୍ୟ ପ୍ରାଣ ହରାଇଛନ୍ତି।

ମଝିରେ ମଝିରେ ଯୁଦ୍ଧବିରତିର ଆଶା ଉଜ୍ଜୀବିତ ହେଉଥିଲେ ମଧ୍ୟ ସୁରକ୍ଷିତ ନୌପରିବହନ ଲାଗି ଯେପର୍ଯ୍ୟନ୍ତ ଭରସା ନ ଦିଆଯାଇଛି ସେପର୍ଯ୍ୟନ୍ତ ସେମାନେ ଜାହାଜ ଚଳାଚଳ କରିବାକୁ ଚାହୁଁ ନଥିବା ଜାହାଜ ମାଲିକମାନେ କହିଛନ୍ତି। କେବଳ ଅଶେଧିତ ତୈଳ କିମ୍ବା ଗ୍ୟାସ ନୁହେଁ, ଆହୁରି ଅନେକ ସାମଗ୍ରୀ ଧରି ଆସୁଥିବା ଜାହାଜ ମଧ୍ୟ ସେଠାରେ ଫସିରହିଛି। ଫଳରେ ସେଥିରେ ଥିବା ସାମଗ୍ରୀ ନଷ୍ଟ ହେବାକୁ ବସିଲାଣି। ଯହାର ସଙ୍କଟ ସମଗ୍ର ବିଶ୍ଵରେ ମଧ୍ୟ ଅନୁଭୂତ ହୋଇଛି।

ଆମେରିକା ଓ ଇରାନ ମଧ୍ୟରେ ବର୍ତ୍ତମାନ ଆଜି ଯେଉଁ ବୁଝାମଣା ଚାଲିଛି ତାଦ୍ୱାରା ହୋର୍ମୁଜ ସଙ୍କଟର ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିବ ନାହିଁ। ଭବିଷ୍ୟତରେ ପୁଣି ଏହି ଜଳମାର୍ଗରେ ନୌପରିବହନ ପ୍ରଭାବିତ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ । ତେଣୁ ଜାହାଜ କମ୍ପାନି ଓ ମାଲିକାମାନେ ହୋର୍ମୁ ଜ ଜଳମାର୍ଗରେ ସୁରକ୍ଷିତ ପରିବହନ ନିମନ୍ତେ ସ୍ଥାୟୀ ସମାଧାନ ବାଟ ବାହାର କରିବାକୁ ଦାବି କରିଛନ୍ତି।

ସମଗ୍ର ବିଶ୍ୱ ବଜାରରେ ମଧ୍ୟ ପଡିଛି। କିଛି ଶିଳ୍ପ ସଂସ୍ଥା ମଧ୍ୟ ସୁରକ୍ଷିତ ନୌପରିବହନ ନିମନ୍ତେ ଟ୍ରାଞ୍ଜିଟ୍ ଫି ଦେବାକୁ ରାଜି ଥିବା ମତ ପ୍ରକାଶ କରିଛନ୍ତି। ଇରାନ ପକ୍ଷରୁ ହୋର୍ମୁ ଜକୁ ବନ୍ଦ କରାଯିବା ଓ ଆମେରିକା ସେଠାରେ ଅବରୋଧ କରିବା ଯୋଗୁ ତେଲ ଓ ଗ୍ୟାସ୍ ସଙ୍କଟ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟ ନୁହେଁ