ଭୁବନେଶ୍ୱର ୦୬।୧୨ : ୧୦ ମାଉଜର ଜବତ । ଭୁବନେଶ୍ୱର ଖଣ୍ଡଗିରି ଛକରୁ ଏକ କାର୍ ଭିତରୁ ୧୦ ମାଉଜର ଜବତ ହୋଇଛି । ଉକ୍ତ କାର୍ଟିକୁ ଗୋଡେଇ ଗୋଡେଇ ଧରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ।

ଖବର ଅନୁଯାୟୀ, ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ ।ହେଲେ ଉକ୍ତ କାର୍ର ପିଛା କରି ପୋଲିସ ଶେଷରେ କାବୁ କରିଥିଲା । ଶେଷରେ ପୋଲିସ ଯାଞ୍ଚ କରି କାର୍ ଭିତରୁ ୧୦ ମାଉଜରକୁ ଜବତ କରିଥିଲା । ଏହାସହ ମାଉଜର ନେଇ ଯାଉଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏହାସହିତ ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ଜାରି ରଖିଛି କମିଶନରେଟ ପୋଲିସ ।