କେନ୍ଦ୍ରାପଡା ୨୬/୦୨: ବାଣ ବିସ୍ଫୋରଣରେ ୧୦ ଆହତ । ଆହତଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି । କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ଘଟିଛି ଏହି ଅଘଟଣ । ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା ବେଳେ ଘଟିଛି ବାଣ ବିସ୍ପୋରଣ । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଥାଉକି, କେନ୍ଦ୍ରାପଡ଼ା ଗୁଲୁନଗରରେ ଥିଲା ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏକାଠି ହୋଇଥିଲେ ଆଖାପାଖର ଶତାଧିକ ମହିଳା ଓ ଶିଶୁ । ଠିକ୍ ଏହି ସମୟରେ ଶୋଭାଯାତ୍ରା ଚାଲିଥିଲା । ଆଉ ଶୋଭାଯାତ୍ରା ସ୍ଥଳ ପାଲଟିଲା ବାରୁଦ ସ୍ଥଳ । ବାଣ ବିସ୍ଫୋରଣ ଘଟିବାରୁ ପାଖରେ ଥିବା ଅନେକ ଆହତ ହୋଇଥିଲେ । ସଂଗେ ସଂଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ​​​​​​​

​​​​​​​updating...

also read...

​​​​​​​ହଳଦିଆପଦରରେ ବୈଷୟିକ ଟିମ୍‌ର ତଦନ୍ତ, ବ୍ରିଜ୍‌ର ଢାଞ୍ଚାଗତ ତ୍ରୁଟି ପରଖିଲେ ଅଧିକାରୀ