ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତ, ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | May 06, 2024 IST

ଆସ୍କା ୬।୫: ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ l ମୃତ ଯୁବକ ଜଣକ ହେଲେ ଧରାକୋଟ ବ୍ଲକ ବରଡ଼ାବିଲ୍ଲି ପଞ୍ଚାୟତ ଭରତପଲ୍ଲୀ ଗ୍ରାମର ୩୬ ବର୍ଷୀୟ ରଞ୍ଜନ ଗୌଡ । ରଞ୍ଜନ ଗୌଡ ତାଙ୍କ ବାପା ବିଜୟ ଗୌଡଙ୍କ ସହ ପାଟପୁର ବିଲ ମାଳକୁ ଗାଈ ଚରାଇବାକୁ ଯାଇଥବା ସମୟରେ କାଳବୈଶାଖୀର ପ୍ରଭାବରେ ବଜ୍ରାଘାତର ଶିକାର ହୋଇଥିଲେ l ଘଟଣାସ୍ଥଳରୁ ରଞ୍ଜନକୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l

You Can Read :

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କାଳବୈଶାଖୀ ଯୋଗୁଁ ଡାଇଭର୍ଟ ହୋଇଥିଲା ହେଲିକପ୍ଟର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.