ପ୍ରଶାନ୍ତ ଜଗଦେବଙ୍କ ଗିରଫ ପ୍ରତିବାଦରେ ଉପ ଜିଲ୍ଲାପାଳ ଅଫିସ ଘେରିଲା ବିଜେପି, ଦେଲା ଚେତାବନୀ

Published By : Prameya-News7 Bureau | May 27, 2024 IST

ଖୋର୍ଦ୍ଧା: ବୋଲଗଡ କାଉଁରୀ ପାଟଣା ବୁଥ୍ ନଂମ୍ବର ୧୧୪ ରେ ଇଭିଏମ ଭଙ୍ଗା ଘଟଣାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଗିରଫ ପ୍ରତିବାଦରେ ଉପ ଜିଲ୍ଲାପାଳ ଅଫିସ ଘେରାଉ କଲେ ହଜାର ହଜାର ବିଜେପି କର୍ମୀ ଓ ସ୍ଥାନୀୟ ନେତା। ପ୍ରଶାନ୍ତଙ୍କୁ ଜେଲ୍ ରୁ  ନଛାଡିଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ବିଜେପି।

ପ୍ରଶାନ୍ତଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଗତ ଶନିବାର ନିର୍ବାଚନ ବେଳେ ପ୍ରଶାନ୍ତି ଜଗଦେବ ବୋଲଗଡ଼ ବ୍ଲକ କାଉଁରୀପାଟଣା ବୁଥ ନଂମ୍ବର ୧୧୪ ରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ଘଟଣାର କାହିଁକି ସିସିଟିଭି ଯାଂଚ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି। ପ୍ରଶାନ୍ତ ଜଗଦେବ ଙ୍କୁ ଜେଲରୁ ତୁରନ୍ତ ବାହାର କରିବା ସହ ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବି କରିଛି। ନଚେତ୍ ଆଗାମୀ ଦିନରେ ଜାତୀୟ ରାଜପଥକୁ ବନ୍ଦ କରିବା ସହ ଖୋର୍ଦ୍ଧା ଜିଲ୍ଲାରେ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ ବିଜେପି ଚେତାବନୀ ଦେଇଛି।

Also read: ସକାଳୁ ସକାଳୁ ଥରିଲା ରାଜଧାନୀ, ସ୍କର୍ପିଓକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

ପ୍ରଶାନ୍ତ ଜଗଦେବଙ୍କୁ ସୁ କଳ୍ପିତ ଯୋଜନା ବଦ୍ଧ ଭାବେ ଗିରଫ କରାଯାଇଛି। ଲିଖିତ ଅଭିଯୋଗ ପୂର୍ବରୁ ଗିରଫ କରାଯାଇଛି। ପୋଲିସ ଶାସକ ଦଳର ଗୁଣ୍ଡା ସାଜୁଥିବା ବିଜେପି ଅଭିଯୋଗ କରିଛି।ଘେରାଉରେ ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର,  ଖୋର୍ଦ୍ଧା ବିଧାୟକ ଜ୍ବୋତିରିନ୍ଦ୍ର ନାଥ ମିତ୍ର,  ଭୁବନେଶ୍ୱର ଲୋକସଭା ପ୍ରଭାରୀ ଜୀବନ ସାହୁ , ବେଗୁନିଆ  ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣ ବିଜୁଳି ପ୍ରମୁଖ  ଏବଂ ହଜାର ହଜାର ବିଜେପି କର୍ମୀ ଉପସ୍ଥିତ ଥିଲେ। ଏ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କଣ  ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.