କୋଲକାତା: ଜୁନ ୧ ତାରିଖରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଇପାରିବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟରେ ନିର୍ବାଚନ ଓ ଘୂର୍ଣ୍ଣି ଝଡ଼ ରେମାଲ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସେ ବ୍ୟସ୍ତ ରହିବେ ବୋଲି ସୋମବାର ମମତା ବାନାର୍ଜୀ ସୂଚନା ଦେଇଛନ୍ତି।
କୋଲକାତାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି “ ଜୁନ ୧ ତାରିଖରେ ବୈଠକ କରିବେ ବୋଲି ଇଣ୍ଡିଆ ମେଣ୍ଟ ପୂର୍ବରୁ କହିଥିଲା। ହେଲେ ମୁଁ ତାଙ୍କୁ କହି ଦେଇଛି ଯେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ବି ନିର୍ବାଚନ ଚାଲିଥିବାରୁ ମୁଁ ବୈଠକରେ ଯୋଗ ଦେଇପାରିବି ନାହିଁ। ଗୋଟିଏ ପଟେ ବାତ୍ୟା ପାଇଁ ରିଲିଫ୍ କ୍ୟାମ୍ପ ଅନ୍ୟପଟେ ନିର୍ବାଚନ କେମିତି ଯିବି? ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ମୋର ପ୍ରଥମ ଦାୟିତ୍ୱ। ମୁଁ ଏଠି ବୈଠକ କରୁଛି ସତ କିନ୍ତୁ ମୋ ହୃଦୟ ପୀଡ଼ିତଙ୍କ ପାଖରେ ରହିଛି।”
ସୂଚନା ଥାଉକି ପଶ୍ଚିମବଙ୍ଗରେ ଜୁନ ୧ ତାରିଖରେ ନିର୍ବାଚନ ହେବ। କୋଲକାତା ଦକ୍ଷିଣ ଓ କୋଲକାତା ଉତ୍ତରରରେ ନିର୍ବାଚନହେବ। ଏହି ପର୍ଯ୍ୟାୟରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ମଧ୍ୟ ଭୋଟ୍ ଦେବେ। ସେହିପରି ଯାଦବପୁର, ଦମ ଦମ, ବରସାତଟ, ବସୀରହାଟ, ଜୟନଗର, ମଥୁରପୁର ଏବଂ ଡାଇମଣ୍ଡ ହାରବର୍ ନିର୍ବାଚନ ହେବ।