୪୦ ସିଟ୍‌ ପାର୍ କରିପାରିବନି କଂଗ୍ରେସ, ୪ଟି ସିଟ୍‌ ଜିତିପାରିବେନି ଅଖିଳେଶ: ଅମିତ ଶାହ

Published By : Prameya-News7 Bureau | May 27, 2024 IST

Mint

ନୂଆଦିଲ୍ଲୀ: ୪୦ଟି ସିଟ୍‌ ଅତିକ୍ରମ କରିପାରିବନି କଂଗ୍ରେସ। ଜୁନ୍‌ ୪ରେ ୪ଟା ସିଟ୍‌ ପାଇବେନି ଅଖିଳେଶ। ଉତ୍ତରପ୍ରଦେଶ ଖୁସିନଗରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏକଥା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। 

ଶାହ କହିଛନ୍ତି ଯେ ୫ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ସରିଛି। ଏଥିରେ ୩୧୦ ସିଟ୍ ବିଜେପି ଅତିକ୍ରମ କରିସାରିଛି। କିନ୍ତୁ ରାହୁଲ ଗାନ୍ଧୀ ୪୦ଟି ସିଟ୍ ପାର୍ କରିପାରିବେ ନାହିଁ। ସେହିପରି ଅଖିଲେଶ ଯାଦବଙ୍କ ସମାଜବାଦ ପାର୍ଟି ଜୁନ୍ ୪ରେ ୪ଟି ସିଟ୍ ଜିତିପାରିବ ନାହିଁ।

ଅମିତ ଶାହା କହିଛନ୍ତି ଯେ ଜୁନ୍ ୪ରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିବ। ଇଭିଏମ୍ କାରଣରୁ ସେମାନେ ଜିତି ନାହାଁନ୍ତି ବୋଲି ଅଭିଯୋଗ କରିବେ। ଲୋକସଭା ନିର୍ବାଚନ ପରେ ମଲ୍ଲିକାର୍ଜୁନ ଖଡଗେ ଏହାର ପରିଣାମକୁ ଭୋଗିବେ। ପଦ ହରାଇବେ ଏବଂ ରାହୁଲ, ପ୍ରିୟଙ୍କାଙ୍କୁ ପରାଜୟ ପାଇଁ ଦାୟୀ କରାଯିବ ନାହିଁ ବୋଲି କହିବେ।

ଏହାପୂର୍ବରୁ ଶନିବାର ଅଖିଳେଶ ଯାଦବ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ବିଜେପିର ଉଚ୍ଚାଭିଳାଷୀ "୪୦୦ ପାର୍‌" ସ୍ଲୋଗାନ ଏକ ଖାଲି ପ୍ରତିଶ୍ରୁତି ବୋଲି ପ୍ରମାଣିତ କରିବ। ଦଳ ୧୪୦ଟି ଆସନ ପାଇବାକୁ ମଧ୍ୟ ସଂଘର୍ଷ କରିବ ବୋଲି ମତ ଦେଇଛି।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.