ରାଉରକେଲା: ଷ୍ଟିଲ ସିଟିରେ ଖଣ୍ଡା ଚୋଟରେ ଗଡ଼ିଲା ମୁଣ୍ଡ । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ତୋଫାନ ବିନ୍ଧାଣୀ ବୋଲି ଜଣାପଡ଼ିଛି, ସେହିଭଳି ଗୁରୁତର ଶୁଭେନ୍ଦୁ ସେଠୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଉରକେଲା ସେକ୍ଟର ସେଭେନ ଥାନା ଅନ୍ତର୍ଗତ ନାରାୟଣୀ ବସ୍ତିରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ।

ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ତୋଫାନ ଏବଂ ଶୁଭେନ୍ଦୁଙ୍କୁ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବରେ ଏହି ଆକ୍ରମଣ ହୋଇଛି। ଜଣାପଡ଼ିଛି ବସ୍ତିରେ ଚାଲୁଥିବା ନିଶା କାରବାରକୁ ବାରଣ କରୁଥିଲେ ତୋଫାନ ବିନ୍ଧାଣୀ ଏବଂ ଶୁଭେନ୍ଦୁ ସେଠୀ । ଆଉ ଏହାକୁ ନେଇ ଉଭୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Also Read: ମନେରହିବ ୮୦ ବର୍ଷୀୟ ବୃଦ୍ଧଙ୍କ ସାହସ ! ମହିଳାଙ୍କୁ ବଞ୍ଚାଇବାକୁ ଯାଇ ହାରିଲେ ନିଜ ଜୀବନ

ତେବେ ଖବର ପାଇ ଘଟଣା ସ୍ଥଳରେ ସେକ୍ଟର ସେଭେନ ପୋଲିସ ପହଞ୍ଚି ତଦନ୍ତ କରୁଛି। ସେପଟେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ରାଉରକେଲା ଆଇଜିଏଚରେ ରଖାଯାଇଥିବା ବେଳେ, ଆହତ ଶୁଭେନ୍ଦୁଙ୍କ ଚିକିତ୍ସା ଜାରି ରହିଛି। ଫେରାର ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଲୋକେ ସେକ୍ଟର ସେଭେନ ଥାନାରେ ଧାରଣା ଦେଇଥିବା ବେଳେ, ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।