ଉଦଳା ୨୪।୦୮ : ସରିଥିଲା ଲଗ୍ନଧରା । ଆଉ ଦିନ କେଇଟା ପରେ ହୋଇଥାନ୍ତା ବିବାହ । ହେଲେ ତାପୂର୍ବରୁ ଘଟିଲା ଅଘଟଣ । ଘରେ କେହି ନଥିବା ବେଳେ କବାଟ କିଳି ଝୁଲିପଡ଼ିଲେ ଯୁବତୀ । ମୟୁରଭଞ୍ଜ ଉଦଳା ଥାନା ଏନଏସି ୧୦ ନମ୍ବର ଓ୍ୱାର୍ଡରୁ ଆସିଛି ଏଭଳି ଘଟଣା ।

ଉଦଳା ଥାନା ଏନଏସି ୧୦ ନମ୍ବର ଓ୍ୱାର୍ଡରେ ବାସିନ୍ଦା ସଞ୍ଜିତ କୁମାର ସାହୁ । ପୁଅ ଏବଂ ସ୍ତ୍ରୀଙ୍କ ସହିତ ସୋମବାର ଦିନ ମନ୍ଦିର ଯାଇଥିଲେ ସଞ୍ଜିତ । ଘରେ ଝିଅ ଅମ୍ବିକା ରହିଥିଲେ । ମନ୍ଦିରରୁ ସମସ୍ତେ ଫେରିବା ପରେ ଝିଅ କବାଟ କିଳି ରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ଝିଅକୁ କବାଟ ଖୋଲିବାକୁ କହିଥିଲେ । କିନ୍ତୁ ଘର ଭିତରୁ କୌଣସି ଉତ୍ତର ମିଳିନଥିଲା । ପରେ ଘରର ସ୍କାଏ ଲାଇଟ ପଟୁ ଘର ଭିତରକୁ ଦେଖିବା ପାଇଁ ଉଦ୍ୟମ କରିଥିଲେ ପରିବାର ଲୋକେ । ପରିବାର ଲୋକ ଦେଖିବା ବେଳକୁ ଝିଅଙ୍କ ଝୁଲନ୍ତା ମୃତଦେହ । ତୁରନ୍ତ ଘରର କବାଟ ଭାଙ୍ଗି ଝିଅର ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ନିକଟସ୍ଥ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ଡାକ୍ତରଖାନାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲା ଡାକ୍ତର ।

Also Read:-ବର୍ଷକୁ ତିନୋଟି ମାଗଣା ଗ୍ୟାସ୍ ସିଲିଣ୍ଡର, ମହିଳାଙ୍କୁ ଫ୍ରି' ବସ୍ ଯାତ୍ରା..ବିଜୟ ସରକାରଙ୍କ ବଡ ଘୋଷଣା

ତେବେ ଏକ ମାସ ପୂର୍ବରୁ ଅମ୍ବିକାଙ୍କ ଲଗ୍ନଧରା ସରିଥିବା ବେଳେ ସବୁ କିଛି ଠିକ ଥିଲା। କଣ ପାଇଁ ଅମ୍ବିକା ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଏବେ ବି ସନ୍ଦେହରେ। ଅନ୍ୟପପଟେ ଖବର ପାଇ ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Watch Video:-

​​​​​​​