ଭୁବନେଶ୍ୱର: ଅସହ୍ୟ ହେବ ତାତି । କଲବଲ କରିବ ଗରମ ଗୁଳୁଗୁଳି । ଖାଲି ତାପମାତ୍ରା ନୁହେଁ ବର୍ଷାର ପ୍ରକୋପ ମଧ୍ୟ ରହିବ । ସତର୍କ ରୁହନ୍ତୁ ଏହିସବୁ ଜିଲ୍ଲା । ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ଭୀଷଣ ବର୍ଷା ସହ ଗୁଳୁଗୁଳି ଏବଂ ଅସହ୍ୟ ଗରମ ପାଇଁ ୟେଲୋ ଆଲର୍ଟ । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଏବଂ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପାଇଁ ଗରମ ଓ ଗୁଳୁଗୁଳି ପାଇଁ ଏହି ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।

ଏପଟେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ବର୍ଷାର ସମ୍ଭାବନା ଅଛି। ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ । ଏଣୁ ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Also Read...Firearms Dealer Arrested: ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ବନ୍ଧୁକ ବେପାରୀ, ପୂର୍ବରୁ ଝରାଫୁଲ ମାମଲାରେ ହୋଇଥିଲା ଗିରଫ

ଅନ୍ୟପଟେ ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାନ୍ତ୍ରା ୪ ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୪ ଦିନ ଯାଏଁ ରାଜ୍ୟରେ ଅଧିକ ତାପମାତ୍ରା ବୃଦ୍ଧି ପାଇବ । ଦକ୍ଷିଣ ପଶ୍ଚିମ ଦିଗରୁ ଗରମ ପବନ ବହୁଛି । ଫଳରେ ରାଜ୍ୟରେ ଅଧିକ ଖରା ସ୍ଥିତି ଅନୁଭବ ହେଉଛି । ତେବେ ୫ ରୁ ବଦଳିବ ପାଗ ବୋଲି ପାଣିପାଗ ବିଶଷଜ୍ଞ କହିଛନ୍ତି ।