ନ୍ୟୁୟର୍କ,|୦୬:ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ । ଶାନ୍ତି ଆଲୋଚନା ମଧ୍ୟରେ ତେହେରାନ ଉପରେ ଭୟଙ୍କର ଆକ୍ରମଣ କରିଛି ୟୁଏସ୍ । ଆପାଚୀ ହେଲିକପ୍ଟରକୁ ଇରାନ ଖସାଇବା ପରେ ଆମେରିକା ଅଧିକ ଆକ୍ରମଣାତ୍ମକ ହୋଇଯାଇଛି ।

ହ୍ୱାଇଟ୍ ହାଉସ କହିଛି ଯେ, ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଖୁବ୍ ଶୀଘ୍ର ଇରାନ ଉପରେ ସୈନ୍ୟ କାରବାର ଆରମ୍ଭ କରିଦେଇଛନ୍ତି । ନିଜର ସୁରକ୍ଷା ପାଇଁ ଆମେରିକା ଆକ୍ରମଣ କରାଯିବ । ଇରାନକୁ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ୟୁଏସ ବାୟୁସେନା ଇରାନର ଅନେକ ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ୍ କରିଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଟାର୍ଗେଟ୍ କରାଯାଇଛି । ଡୋନାଲ୍ଡ ଟ୍ରମ୍ପ୍ ଆପାଚୀ ହେଲିକପ୍ଟର କ୍ରାଶ୍ ପଛରେ ଇରାନର ହାତ ଥିବା ଅଭିଯୋଗ କରିବା ପରେ ୟୁଏସ୍ ଆକ୍ରମଣ ଆରମ୍ଭ କରିଛି ।

କ'ଣ କହିଥିଲେ ଟ୍ରମ୍ପ୍ ?

ଟ୍ରମ୍ପ୍ କହିଥିଲେ ଯେ, ଆପାଚୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ମାମଲାରେ ଆମେରିକା ଚୁପ୍ ବସିବନି । ଏହାର ଜବାବ ଦେବା ଜରୁରୀ । ସେମାନେ ଯେପରି କଥା କୁହନ୍ତି ସେପରି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ । ଏହା ଅଧିକ ଶକ୍ତିଶାଳୀ ହେବ । ଇରାନ ଯାହା କରିଛି ଛଡାଯିବ ନାହିଁ ।

ଆପାଚୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ସୂଚନାଯୋଗ୍ୟ, ସୋମବାର ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ନିକଟରେ ଆମେରିକାର ଏକ ଆପାଚୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା କ୍ରାଶ୍ କରିଯାଇଥିଲା । ଏହା ପଛରେ ଇରାନର ହାତ ଥିବା କୁହାଯାଉଛି । ସୌଭାଗ୍ୟବଶତଃ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।