ଢେଙ୍କାନାଳ ୨୦।୯: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ହିନ୍ଦୋଳ ରୋଡ୍ ନିକଟରେ ବେଆଇନ ଭାବେ ଚାଲିଥିବା ଏକ ଷ୍ଟୋନ କ୍ରସରରେ ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ଘଟିଛି । ତେବେ ଘଟଣାକୁ ଚପାଇ ଦେବାକୁ କ୍ରସର ମାଲିକ ଉଦ୍ୟମ କରୁଥିବା ବେଳେ ମୃତଦେହକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ମୃତ ଶ୍ରମିକ ଜଣଙ୍କ କ୍ରସର ଅପରେଟର ଯଦୁମଣି ପଟ୍ଟନାୟକ ବୋଲି ଜଣାପଡିଛି । ଯଦୁମଣୀଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମୁଳିସିଂହ ଗ୍ରାମରେ । ତେବେ ଖବର ପାଇ ଯଦୁମଣୀଙ୍କ ପରିବାର ତାଙ୍କ ମୃତଦେହ ପାଇଁ ଯାଇଥିବା ବେଳେ ମୃତଦେହ ଗାଏବ କରିନେଇଥିବା ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଛି । କ୍ରସରରେ କାମ କରୁଥିବା ବେଳେ ହେଭି ବିଦ୍ୟୁତ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

Also Read:- ଚୋରି ପରେ ଚୋରଙ୍କ ଅଜବ କାଣ୍ଡ, ଧରାପଡ଼ିବା ଭୟରେ ଜଙ୍ଗଲରେ ଛାଡ଼ି ପଳାଇଲେ ସ୍କୁଟର

ଏହି ଘଟଣାକୁ ଚପାଇବାକୁ ଯାଇ ମୃତଦେହକୁ କ୍ରସର ମାଲିକ ଚିକିତ୍ସା ଆଳରେ ଓଲଟା ବନରପାଳ ସ୍ଥିତ ଏକ ଘରୋଇ ଡାକ୍ତରଖାନା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିବା ଜଣାପଡିଛି । ଯାହାକୁ ନେଇ ମୃତ ବ୍ୟକ୍ତି ଓ ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି ।