ଦିଗପହଣ୍ଡି: ସୋସିଆଲ ମିଡିଆରେ ଫଟୋ ଭିଡିଓ ଭାଇରାଲ କରିଦେବା ଧମକ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଥାନାରେ ଅଭିଯୋଗ ପରେ ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧୀନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଗପହଣ୍ଡି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସାନଖେମୁଣ୍ଡି ବ୍ଲକ ଚିନ୍ତାଖାଳି ଗାଁର ରାଜମିସ୍ତ୍ରୀ ଶଙ୍କର ନାଇକ ଓରଫ ସାହେବ।

ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଯୁବତୀଙ୍କ ଅଜାଣତରେ ତାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ମୋବାଇଲ ଫୋନରେ ଉଠାଇ ପାଖରେ ରଖି ତାଙ୍କୁ ବିଭିନ୍ନ ସମୟରେ ବ୍ଲାକମେଲିଂ କରି ଦୁଷ୍କର୍ମ କରୁଥିଲେ। ଏମିତିକି ଶଙ୍କର ତାଙ୍କୁ ବିଭିନ୍ନ ମୋବାଇଲ ନମ୍ବରରୁ ଫୋନ କରି ଧମକାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଆଉ ଶାରୀରିକ ସମ୍ପର୍କ ନରଖିଲେ ଫଟୋ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ କରିଦେବି କହି ଧମକ ଦେଇଥିଲେ। ଦିଗପହଣ୍ଡି ପୋଲିସ ଥାନାରେ ଅଭିଯୋଗ ପରେ ପୋଲିସ ସଙ୍ଗେ ସଙ୍ଗେ ଅଭିଯୁକ୍ତ ରାଜମିସ୍ତ୍ରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Also Read: ଟ୍ରେନରୁ ନେଇଯାଇଥିଲେ ଭ୍ୟାନିଟି ବ୍ୟାଗ୍, ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର ସହ ୨ ଗିରଫ