ନୂଆଦିଲ୍ଲୀ, ୨୪/୦୯ : ବାହାଘର ପାଇଁ ଗ୍ୟାଙ୍ଗଷ୍ଟରକୁ ପାରୋଲ । ବିବାହ କାର୍ଯ୍ୟକ୍ରମରେ ପୋଲିସ ସହ ପହଁଚିଲା ଗ୍ୟାଙ୍ଗଷ୍ଟର ମେନପାଲ ଧିଲିଆ । କୋର୍ଟଙ୍କ ନିର୍ଦ୍ଦେଶ ପରେ କୋର୍ଟ ୧୨ ଗଣ୍ଟା ପାଇଁ ଧିଲିଆକୁ ପାରୋଲ ପ୍ରଦାନ କରିଛନ୍ତି । ସେ ନିଜର କମ୍ବୋଡିଆ ବାନ୍ଧବୀଙ୍କୁ ବିବାହ କରିଥିବା ଜଣା ପଡିଛି । ତା ବିରୋଧରେ ୨୨ଟି ମାମଲା ରହିଛି । ଏଥିରେ ହତ୍ୟା, ଲୁଟ୍ ଏହଂ ଡକାୟତି ଭଳି ସଙ୍ଗୀନ ମାମଲା ରହିଛି ।

କିଏ ଗ୍ୟାଙ୍ଗଷ୍ଟର ମେନପାଲ୍

ଝାଜର ଜିଲ୍ଲାରେ ରହୁଥିବା ଗ୍ୟାଙ୍ଗଷ୍ଚର ବାଦଲୀ ପ୍ରଥମେ ଏକ ମେକାନିକ୍ ଥିଲା । ସେ ଟ୍ରାକ୍ଟର ରିପାୟାରିଂ କରୁଥିଲା । ୨୦୦୦ ମସିହାରେ ସେ ନିଜ ଦାଦାଙ୍କ ହତ୍ୟାର ପ୍ରତିଶୋଧ ନେଇ ଚର୍ଚ୍ଚାକୁ ଆସିଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ହତ୍ୟା କରିଥିଲା । ଖୁବ୍ କମ୍ ଦିନରେ ପୋଲିସ ପାଇଁ ମୋଷ୍ଟ୍ ଓ୍ୱାଣ୍ଟେଡ୍ ପାଲଟିଥିଲା । ଏହାସହ ଏକ ବଡ଼ ନେଟଓ୍ୱର୍କ ମଧ୍ୟ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲା ।

ହୋଇଛି ଆଝୀବନ ଜେଲ୍

୨୦୧୪ରେ ସେ ଜେଲରେ ଥିବା ବେଲେ ଅନ୍ୟ ଏକ କଏଦୀକୁ ଛୁରୀ ଭୁସି ହତ୍ୟା କରିଥିଲା । ଏହାସହ ୨୦୧୦ର ଅନ୍ୟ ଏକ ମାମଲାର ତାର ବିଚାର କରି କୋର୍ଟ ଆଜୀବନ ଜେଲଦଣ୍ଡ ଦେଇଥିଲେ । ୨୦୧୮ରେ ସେ ପାରୋଲ ମିଳିବା ପରେ ୬ ସପ୍ତାହ ଧରି ବାହାରେ ଥିଲା । କିନ୍ତୁ ଜେଲକୁ ଫେରିନଥିଲା । ତାକୁ ଧରିବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ୨୦୧୯ରେ କୋର୍ଟ ତାକୁ ପଳାତକ ଘୋଷଣା କରିଥିଲେ ।

ଏହାସହ ସେ ୨୦୧୯ ଜୁଲାଇ ୭ରେ କୋଲକାତା ରାସ୍ତାରେ କମ୍ବୋଡିଆ ପଳାୟନ କରିଥିଲା । ସେଠାରେ ସେ ମେଟା ଚାନ୍ ନାମକ ଜଣେ ମହିଳାଙ୍କ ପ୍ରେମରେ ପଡିବା ସହ ବିବାହ ପାଇଁ କଥା ଦେଇଥିଲା । କିନ୍ତୁ ଅନ୍ତରାଷ୍ଟ୍ରୀୟ ଚାପରେ ତାକୁ ହରିୟାଣା ଏସଟିଏଫ୍ ଗିରଫ କରିବାରେ ସଫଳ ହୋଇଥିଲେ ।

ବିବାହ ପାଇଁ ପାରୋଲ

ଗ୍ୟାଙ୍ଗଷ୍ଟରକୁ ସକାଳ ୮ରୁ ରାତି ୮ଟା ଯାଏଁ ପାରୋଲ ଦିଆଯାଇଥିଲା । ସେ ନିଜ ଗାଁରେ ପହଁଚିବା ପରେ ଗାଁ ଲୋକ ସ୍ୱାଗତ କରିଥିଲେ । ଏହାସହ ଏକ ଫାର୍ମ ହାଉସରେ ଧୁମଧାମରେ ବିବାହ ହୋଇଥିଲା । ସବୁଠାରୁ ବଡ କଥା ହେଲା ଯେ, ବିବାହ କାର୍ଯ୍ୟକ୍ରମରେ ମେଟା ଚାନଙ୍କ ତିନି ଜଣ ସନ୍ତାନ ମଧ୍ୟ ସାମିଲ ହୋଇଥିଲେ ।