ନୂଆଦିଲ୍ଲୀଭାରତରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି। ସଂସଦରେ ଖୋଦ୍ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ସ୍କୁଲ ବିଲ୍ଡିଂ ଅଛି, ପାଣ୍ଠି ଯୋଗା ଯାଉଛି, ଶିକ୍ଷକ ବି ଅଛନ୍ତି ହେଲେ ପିଲା ସ୍କୁଲ ଆସୁ ନାହାନ୍ତି। ସଂସଦରେ ଉପସ୍ଥାପିତ ସଦ୍ୟ ସରକାରୀ ତଥ୍ୟ ଅନୁସାରେ,୨୦୨୪-୨୫ ଶିକ୍ଷା ବର୍ଷରେ ଦେଶରେ ,୧୪୯ ସରକାରୀ ସ୍କୁଲରେ କୌଣସି ଛାତ୍ରଛାତ୍ରୀ ନାହାନ୍ତି। ଗୋଟିଏ ବି ପିଲା ଏହି ସ୍କୁଲଗୁଡ଼ିକରେ ନାମ ଲେଖାଇ ନଥିଲେ

ଏହି ସଂଖ୍ୟା ଦେଶର ମୋଟ ୧୦.୧୩ ଲକ୍ଷ ସରକାରୀ ସ୍କୁଲରୁ ଆସିଛି। ଯାହା ଖୁବ୍ ଚିନ୍ତାଜନକ। ସରକାରୀ ତଥ୍ୟ ଅନୁଯାୟୀ,ଏହି ଶୂନ୍ୟ ନାମଲେଖା ସ୍କୁଲଗୁଡ଼ିକରୁ ପ୍ରାୟ ୭୦ ପ୍ରତିଶତ କେବଳ ଦୁଇଟି ରାଜ୍ୟ - ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର।ଭାରତରେ ୨୦୨୪-୨୫ ବର୍ଷରେ ୧୦.୧୩ ଲକ୍ଷରୁ ଅଧିକ ସରକାରୀ ସ୍କୁଲ ଅଛି।
ଏଥିମଧ୍ୟରୁ
-
• ୫,୧୪୯ ସ୍କୁଲରେ ଶୂନ୍ୟ ଛାତ୍ର ଅଛନ୍ତି।
• ୬୫,୦୫୪ ସ୍କୁଲରେ ୧୦ ରୁ କମ୍ ଛାତ୍ର ଅଛନ୍ତି।
• ୧.୪୪ ଲକ୍ଷ ଶିକ୍ଷକ ଶୂନ୍ୟ କିମ୍ବା ପ୍ରାୟ ଶୂନ୍ୟ ନାମଲେଖା ଥିବା ସ୍କୁଲରେ ନିଯୁକ୍ତ ହୋଇଛନ୍ତି।

୧୦ ରୁ କମ୍ କିମ୍ବା ଶୂନ୍ୟ ଛାତ୍ରଛାତ୍ରୀ ଥିବା ସରକାରୀ ସ୍କୁଲର ସଂଖ୍ୟା ୨୦୨୨-୨୩ ରେ ୫୨,୩୦୯ ଥିଲା। ଯାହା ୨୦୨୪-୨୫ ରେ ୬୫,୦୫୪ କୁ ବୃଦ୍ଧି ପାଇଛି। ଅର୍ଥାତ୍ ଏଥିରେ ୨୪ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଏହାକୁ ଆମେ ଏକ କୌଣସି ଛୋଟ ପ୍ରଶାସନିକ ତ୍ରୁଟି କହିପାରିବା ନାହିଁ। ଏହା ଏପରି ଏକ ବ୍ୟବସ୍ଥାକୁ ଇଙ୍ଗିତ କରୁଛି, ଯେଉଁଠାରେ ସ୍କୁଲ,ଶିକ୍ଷକ ଏବଂ ପିଲାମାନେ ଆଉ ଗୋଟିଏ ଧାରାରେ ରହିପାରୁ ନାହାନ୍ତି। ତେଣୁ ଏଥିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତର ବିକଳ ଛିତ୍ର ସ୍ପଷ୍ଟ ବାରି ହେଉପଡ଼ୁଛି।