ବରଗଡ଼: ବରଗଡ଼ ଜିଲ୍ଲାରେ ନଭେମ୍ବର ୨୮ ତାରିଖରୁ ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ବିଜା ଟାଏ ଧାନ ବିକ୍ରି କରିପାରିନାହାନ୍ତି ଚାଷୀ l ଭାତ ହାଣ୍ଡିରେ ୫୦ ପ୍ରତିଶତରୁ ଅଧିକ ଧାନ ଅମଳ ହୋଇ ମଣ୍ଡିରେ ପଡ଼ି ରହିଛି l ଚାଷୀଙ୍କ ଟୋକାନ ମଧ୍ୟ ଆସି ପଡ଼ି ରହିଛି l କିନ୍ତୁ ସରକାର ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ବୀଜା ଧାନ ବରଗଡ଼ ଜିଲ୍ଲାରେ ଉଠାଇ ପାରି ନାହାନ୍ତି l ରାଜ୍ୟ ସରକାର ଓ ମିଲର୍ସ ମଧରେ ଚାଲିଥିବା ଥିବା ବିବାଦ ଏ ଯାଏଁ ତୁଟି ପାରି ନାହିଁ l ଅନ୍ୟ ପଟେ ଆଜି ଭୋର ସକାଳୁ ହୋଇଥିବା ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରି ଦେଇଛି l

କେଉଁ ଜାଗାରେ ଖୋଲା ଆକାଶ ତଳେ ଧାନ ପଡ଼ି ରହିଥିବା ବେଳେ ଅନ୍ୟ କେଉଁଠି ରାଜା ରାସ୍ତାରେ ଶୁଖାଯାଉଥିବା ଧାନ ଭିଜିବାରେ ଲାଗିଛି l ଯାହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି l ସଂଗଠନ ,ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏକ ଲକ୍ଷ ୬୩ ହଜାର ରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତିl ତେବେ ୫ ହଜାରରୁ ଉର୍ଦ୍ଧ୍ଵ ଚାଷୀ ବରଗଡ଼ ଜିଲ୍ଲାରେ ପଞ୍ଜିକରଣରୁ ବାଦ ପଡିଛନ୍ତି l ବରଗଡ଼ ଜିଲ୍ଲାରେ ପ୍ରାୟତଃ ୨ଲକ୍ଷରୁ ଅଧିକ ଧାନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡ଼ି ରହିଛି l

ଧାନ କିଣାବିକା ପ୍ରକ୍ରିୟାର ଅବ୍ୟବସ୍ଥାକୁ ନେଇ ଆଜି କଳାପାଣି ମଣ୍ଡିରେ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଡକାଯାଇଥିଲା l ଏହି ବୈଠକ ସମୟରେ ବରଗଡ଼ ଜିଲ୍ଲାର ଖାଦ୍ୟ ଯୋଗାଣ ଅଧିକାରୀ ଓ ମାଜିଷ୍ଟେଟ ଦାୟିତ୍ୱ ରେ ଥିବା ବରଗଡ଼ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳକୁ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ l ଆଲୋଚନା କରି ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ l

କିନ୍ତୁ ଚାଷୀ ସଂଗଠନ ପକ୍ଷରୁ ଆଜି ଧାନ ନ ଉଠିଲେ ଯେ କୌଣସି ମୁହୂର୍ତ୍ତରେ ଚାଷୀ ରାଜ୍ୟ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ତେବେ ଧାନ କିଏ କିଣିବ କେତେ ଟଙ୍କାରେ କିଣିବ କେବେ କିଣିବ ଏହାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି l ଆଶା ଆଶଙ୍କlରେ ଚାଷୀ l କେବେ ଉଠିବ ଧାନ l ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ପାଳନ ହେବ ତ l ନା ଆନ୍ଦୋଳନକୁ ଓଲ୍ଲାଇବେ ଚାଷୀ।