ନୂଆଦିଲ୍ଲୀ ୧୨।୦୮ : କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ୍ ମହାନିର୍ଦ୍ଦେଶକ ? ଏବେ ଏହି ପ୍ରସଙ୍ଗ ଯେତିକି ରୋଚକ ହେଉଛି ସେତିକି ବିବାଦୀୟ ମଧ୍ୟ ହୋଇଛି । ଓଡ଼ିଶା DGP ଚୟନ ନେଇ ମାମଲା ଏବେ କାଠଗଡାରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ଦାୟର ହୋଇଛି ଏକ ଜନସ୍ବାର୍ଥ ମାମଲା । ଆସନ୍ତା ୧୮ରେ ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।

ବରିଷ୍ଠ ଆଇନଜୀବୀ ପି.ଚିଦାମ୍ବରମ ଏହି ମାମଲା ଲଢ଼ୁଛନ୍ତି। ଚିଦାମ୍ବରମ୍ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ସରକାର DGP ଚୟନ ପାଇଁ ଏକ ନୂଆ ପ୍ୟାନେଲ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଜଣେ ADG ପାହ୍ୟାର ଅଧିକାରୀଙ୍କୁ DG ପଦ ପାଇଁ ମନୋନୀତ କରିବାକୁ ଉଦ୍ୟମ ଚାଲିଛି। ଏହା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି ଚିଦାମ୍ବରମ୍ ।

Also Read:-N Chandrasekaran resigns: ଟାଟା ଗ୍ରୁପରେ ବଡ଼ ହଲଚଲ: ଟାଟା ସନ୍ସ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖରନ୍

ସେପଟେ ଗୁରୁବାର ନୂଆଦିଲ୍ଲୀରେ UPSC ଚୟନ କମିଟିର ବୈଠକ ବସିବ । UPSC ପକ୍ଷରୁ ୩ ଜଣିଆ ପ୍ରସ୍ତାବିତ DGP ତାଲିକା ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ । ସେହି ତିନି ଜଣିଆ ତାଲିକା ଭିତରୁ ଜଣଙ୍କୁ ନୂଆ ପୋଲିସ ଡିଜି ଭାବେ ନିଯୁକ୍ତି ଦେବେ ରାଜ୍ୟ ସରକାର । ସୋମବାର ୧୯୯୪ ବ୍ୟାଚ୍ ର ଦୁଇ ବରିଷ୍ଠ IPS ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର DG ପାହ୍ୟାକୁ ପଦୋନ୍ନତି ଦେବା ପରେ ରାଜ୍ୟ ପୋଲିସ ମୁଖିଆ ଚୟନ ପାଇଁ ବାଟ ଫିଟିଥିଲା । ପୂର୍ବରୁ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍ ପି କୋଚେଙ୍କ ନାମ ଆଗରେ ଥିଲା । ପ୍ୟାନେଲରୁ ସୁଶାନ୍ତ ନାଥଙ୍କ ନାଁ ବାଦ୍ ପଡ଼ିବା ପରେ ସଞ୍ଜୀବ ପଣ୍ଡାଙ୍କ ନାଁ ଆଗକୁ ଆଣିଥିଲେ ସରକାର । ତେବେ ବରିଷ୍ଠତା ତାଲିକାରୁ ଜଣଙ୍କୁ ବାଦ୍ ଦେବା ଓ ଅନ୍ୟ ଜଣଙ୍କୁ ଯୋଡ଼ିବା ପାଇଁ ସରକାରୀସ୍ତରରେ କସରତ ଏବେ ନାଟକୀୟ ମୋଡ଼ ନେଇଛି ।

Watch Video:-