ମୋହନା ୨୪।୫: ଚଳନ୍ତା ବସ୍‌ରୁ ବାହାରିଗଲା ଚକ l ଚକ ବାହାରି ରାସ୍ତା କଡରେ ଥିବା ଏକ ଦୋକାନ ଭିତରେ ପଡିଗଲା l ଗଜପତି ଜିଲ୍ଲା ମୋହନା ପିଡବ୍ଲୁଡି କାର୍ଯ୍ୟାଳୟ ନିକଟରେ ଏଭଳି ଘଟଣା ଘଟିଛି l

Also Read:- ଝିଅ ଜନ୍ମ ହେଲା ବୋଲି ପୁଅ-ବୋହୂଙ୍କୁ ନିସ୍ତୁକ ମାଡ଼, ଜୀବନରୁ ମାରିଦେବାକୁ ଚେଷ୍ଟା କଲେ ଶାଶୁ-ଶ୍ବଶୁର !

ହରିହର ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ବ୍ରାହ୍ମଣୀଗାଁ ଯାଉଥିଲା l ବସ୍‌ଟି ଦ୍ରୁତ ଗତିରେ ଥିବାବେଳେ ଅନ୍ୟ ଏକ ବସ୍‌କୁ ଓଭରଟେକ୍ କରୁଥିଲା l ଏହି ସମୟରେ ବସ୍‌ର ଆଗ ଚକ ବାହାରି ପଡି ରାସ୍ତା କଡରେ ଥିବା ଏକ ଦୋକାନ ଭିତରେ ପଶି ଯାଇଥିଲା l ଚକ ବାହାରି ପଡିବା ପରେ ବସ୍‌ଟି କିଛି ଦୂର ଘୋଷାଡ଼ି ହୋଇ ଯାଇଥିଲା l ଡ୍ରାଇଭର ବସ୍‌ଟିକୁ ନିୟନ୍ତ୍ରଣ କରି ବସ୍‌ଟିକୁ ରାସ୍ତା କଡ଼କୁ ନେଇଯାଇଥିଲେ l ତେବେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବସ୍‌ରେ ଥିବା ୫୦ରୁ ଅଧିକ ଯାତ୍ରୀ ଓ ଦୋକାନ ମାଲିକ l