ନୂଆଦିଲ୍ଲୀ: "ଡିଜିଟାଲ୍ ଆରେଷ୍ଟ" ସ୍କାମ ବା ଠକେଇ ରୋକିବା ପାଇଁ WhatsApp ୯, ୪୦୦ରୁ ଅଧିକ ସନ୍ଦିଗ୍ଧ ଆକାଉଣ୍ଟ ବ୍ୟାନ୍ କରିଛି। ୨୦୨୬ ଜାନୁଆରୀରୁ ଆରମ୍ଭ ହୋଇ ୧୨ ସପ୍ତାହ ଧରି ସରକାରୀ ତଦନ୍ତକାରୀ ଏଜେନ୍ସୀ ଏବଂ କମ୍ପାନି ଇଣ୍ଟରନାଲ ତଦନ୍ତ ରିପୋର୍ଟରୁ ମିଳିଥିବା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ସୂଚନା ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି ସୁପ୍ରିମକୋର୍ଟକୁ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଦେଶରେ ଡିଜିଟାଲ ଠକେଇ ବଢ଼ୁଥିବା ବେଳେ କୋର୍ଟ ନିଜ ଆଡ଼ୁ ସଂଜ୍ଞାନ ନେଇ ମାମଲାର ଶୁଣାଣି କରୁଛନ୍ତି । ବିଶେଷ କରି ଯେଉଁଥିରେ ଠକମାନେ ପୋଲିସ କିମ୍ବା ସରକାରୀ ଅଧିକାରୀ ପରିଚୟ ଦେଇ ଲୋକଙ୍କ ଟଙ୍କା ଠକୁଛନ୍ତି।

କାମ୍ବୋଡିଆ ଭଳି ଦେଶରୁ ହେଉଥିଲା ଠକେଇ

ହ୍ବାଟ୍ସଆପ୍ ତଦନ୍ତରୁ ଜଣାପଡ଼ିଛି ଯେ, ଭାରତୀୟ ୟୁଜର୍ସଙ୍କୁ ଟାର୍ଗେଟ କରୁଥିବା ଅଧିକାଂଶ ଆକାଉଣ୍ଟ କାମ୍ବୋଡିଆର ଠକେଇ କେନ୍ଦ୍ରଗୁଡ଼ିକରୁ ପରିଚାଳିତ ହେଉଥିଲା। ଠକମାନେ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ସେମାନଙ୍କର ପ୍ରୋଫାଇଲ୍ ଫଟୋ ଏବଂ ନାଁରେ ଦିଲ୍ଲୀ ପୋଲିସ, ମୁମ୍ବାଇ ମୁଖ୍ୟାଳୟ, ସିବିଆଇ ଏବଂ ATS ବିଭାଗ ଭଳି ସରକାରୀ ଶବ୍ଦ ଏବଂ ଲୋଗୋ ବ୍ୟବହାର କରିଥିଲେ।

Also Read: Paytm ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲାଇସେନ୍ସ ରଦ୍ଦ, ଏହାକୁ ଏବେ ବନ୍ଦ କରିବାକୁ RBI ଯିବେ ହାଇକୋର୍ଟ

​​​​​​​ହ୍ୱାଟସଆପ୍ କହିଛି ଯେ, ସମ୍ପୂର୍ଣ୍ଣ ଅପରାଧିକ ନେଟୱାର୍କକୁ ଖୋଜିବା ଏବଂ ଏହାକୁ ନଷ୍ଟ କରିବା ପାଇଁ ମିଳୁଥିବା ସବୁ ତଥ୍ୟର ତର୍ଜମା କରୁଛି। ସରକାର ୩,୮୦୦  ଆକାଉଣ୍ଟ ରିପୋର୍ଟ କରିଥିବା ବେଳେ, ହ୍ୱାଟସଆପ୍ ନିଜେ ମଧ୍ୟ ହଜାର ହଜାର ଆକାଉଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବୃଦ୍ଧ ଦମ୍ପତିଙ୍କଠାରୁ ୧.୫ କୋଟି ଟଙ୍କା ଠକେଇ ହେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଏକ ବୃଦ୍ଧ ଦମ୍ପତି ସୁପ୍ରିମକୋର୍ଟକୁ ଚିଠି ଲେଖିବା ପରେ ମାମଲା ୨୦୨୫ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ତାଙ୍କ ସହ ସିବିଆଇ ଏବଂ ଆଇବି ଅଧିକାରୀ ପରିଚୟ ଦେଇ ୧.୫ କୋଟି ଟଙ୍କା ଠକେଇ ହୋଇଥିଲା। ଠକ ଭିଡିଓ କଲ୍ ଦ୍ବାରା ଫେକ୍ କୋର୍ଟ ଆଦେଶ ଦେଖାଇ ତାଙ୍କୁ ଡରାଇଥିଲା। କୋର୍ଟ ଏହା ପରେ ପୂରା ଦେଶରେ ବଢ଼ୁଥିବା ଏହି ମାମଲା ଉପରେ କେନ୍ଦ୍ର ଏବଂ ଏଜେନ୍ସୀଙ୍କଠାରୁ ଜବାବ ମାଗିଥିଲେ।

ଠକେଇ ରୋକିବା ପାଇଁ ୪ଟି ନୂଆ ଫିଚର୍ସ

ପ୍ଲାଟଫର୍ମରେ ଠକେଇ ରୋକିବା ପାଇଁ WhatsApp ଏବେ ଟୁଲ୍ସ ଆଣୁଛି।

  • ଲୋଗୋ ମ୍ୟାଚିଂ ସିଷ୍ଟମ: ଏହି ଫିଚର ସରକାରୀ ବିଭାଗର ନକଲ କରୁଥିବା ଠକମାନଙ୍କୁ ଚିହ୍ନଟ କରିବ।
  • ମେସେଜ୍ ଓ୍ବାର୍ଣ୍ଣିଂ: ପ୍ରଥମ ଥର ମେସେଜ୍ ଆସିବା ମାତ୍ରେ ଉପଭୋକ୍ତାଙ୍କୁ ଏକ ଆଲର୍ଟ ମିଳିବ।
  • ଆକାଉଣ୍ଟ ଏଜ୍: ଏହି ଫିଚର ଦ୍ବାରା ୟୁଜର ଦେଖିପାରିବେ ଯେ, ଆକାଉଣ୍ଟ କେତେ ପୁରୁଣା।
  • AIର ବ୍ୟବହାର: ବଦଳୁଥିବା ସ୍କାମ ପ୍ୟାଟର୍ଣ୍ଣକୁ ଚିହ୍ନଟ କରିବା ପାଇଁ ଏଆଇର ବ୍ୟବହାର କରାଯିବ।