ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ କକ୍ରୋଚ ଜନତା ପାର୍ଟି (ସିଜେପି) ପ୍ରଦର୍ଶନର ଠିକ୍ ପୂର୍ବରୁ ସରକାରୀ ଆକ୍ସନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟ ରବିବାର ଛୁଟିଦିନ ସତ୍ତ୍ୱେ ଏକ ସ୍ୱତନ୍ତ୍ର ଶୁଣାଣି କରିଛନ୍ତି। ଏହି ଅବସରରେ କୋର୍ଟ ଶାନ୍ତିପୂର୍ଣ୍ଣ ଉପାୟରେ ଏକତ୍ରୀତ ହେଉଥିବା ଲୋକଙ୍କୁ ଅବୈଧ ରୂପେ ଅଟକ ନ କରିବାକୁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜାତୀୟ ରାଜଧାନୀରେ ମେଟ୍ରୋ ଓ ରେଳ ସେବା ସ୍ୱଭାବିକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଆଜିର ବିଶେଷ ଶୁଣାଣି କାଳରେ ସର୍ବୋଚ୍ଚନ୍ୟାୟାଳୟ କ’ଣ ସବୁ ଆଦେଶ ଦେଇଛନ୍ତି, ଦିଲ୍ଲୀ ପୋଲିସକୁ କ’ଣ କହିଛନ୍ତି ଓ କାହାକୁ ସବୁ ନୋଟିସ୍ କରିଛନ୍ତି? ଆସନ୍ତୁ ଜାଣିବା..

ପ୍ରଥମେ ଜାଣନ୍ତୁ କୋର୍ଟଙ୍କ ପ୍ରମୁଖ ଆଦେଶ
ଉଲ୍ଲେଖଯୋଗ୍ୟଯେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ବେଞ୍ଚ ତାଙ୍କ ୯ ଅକ୍ଟୋବର ଆଦେଶର କଥିତ ଉଲ୍ଲଂଘନ ଓ ଅକ୍ଟୋବର ୧୦ ତାରିଖରେ ରାଜଧାନୀ ଦିଲ୍ଲୀରେ ବହୁ ସଂଖ୍ୟକ ଲୋକଙ୍କୁ ଅବୈଧ ଅଟକ ରଖାଯିବା ମାମଲାରେ ତ୍ୱରିତ ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ସେଥିରେ

  • ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଅବୈଧ ଅଟକ ଉପରେ ରୋକ: ଯେଉଁ ଲୋକେ ଶାନ୍ତିପୂର୍ଣ୍ଣ ରୂପେ ଏକତ୍ରୀତ ହେଉଛନ୍ତି ସେମାନଙ୍କ ଅବୈଧ ଅଟକ ନ କରିବାକୁ କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି
  • ସ୍ୱଭାବିକ କର ମେଟ୍ରୋ ଓ ରେଳ: କୋର୍ଟ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏହା ସୁନିଶ୍ଚିତ କରିବାକୁ ଆଦେଶ ଦେଇଛନ୍ତି ଯେ ଦିଲ୍ଲୀ ମେଟ୍ରୋ ଯେପରି ନିୟମିତ ସିଡ୍ୟୁଲ ମୁତାବକ ଚାଲେ ଓ ସାର୍ବଜନିକ ପରିବହନକୁ ସ୍ୱଭାବିକ ହୁଏ।
  • ରାସ୍ତାରୁ ହଟିବ ବାରିକେଡ: କୋର୍ଟ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ‘ଅତ୍ୟନ୍ତ ଜରୁରି’ ନପଡିଛି (Absolutely warranted) ସହରରୁ ସବୁ ବାରିକେଡ କଢାଯାଉ, ଯାହାଦ୍ୱାରା ସାଧାରଣ ଲୋକଙ୍କ ଆବାଗମନରେ ଅସୁବିଧା ନ ହୁଏ।
  • ଅବ୍ୟହତ ହେବ ଇଣ୍ଟରନେଟ୍ ସେବା: କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯେ ଆଇନଶୃଙ୍ଖଳା ସ୍ଥିତିକୁ ଧ୍ୟାନରେ ରଖି ଇଣ୍ଟରନେଟ୍ ସେବା ସ୍ୱଭାବକ କରାଯାଉ।
  • କର୍ତ୍ତବ୍ୟରେ ବାଧା ଦିଅନି: କୋର୍ଟ ଏହା ବି ନିର୍ଦ୍ଦେଶ ଦେଇଛନ୍ତି ଯେ ଓକିଲ, ସାମ୍ବାଦିକ ଓ ଅନ୍ୟ ବୃତ୍ତିଧାରୀଙ୍କୁ ସେମାନଙ୍କ ବୃତ୍ତିଗତ କର୍ତ୍ତବ୍ୟ(ପ୍ରଫେସନାଲ ଡ୍ୟୁଟି) ନିର୍ବାହ କରିବାରେ ଆଦୌ ରୋକା ନଯାଉ।
  • ବିକ୍ଷୋଭ ପ୍ରଦର୍ଶନର ପରିସର: କୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ ବିରୋଧ ପ୍ରଦର୍ଶନ କରିବାକୁ ନାଗରିକଙ୍କ ପୁରା ଅଧିକାର ରହିଛି। ତେବେ ଏହି ପ୍ରକ୍ରିୟା ‘ପୋଲିସ ଆକ୍ଟ’ ଓ ଆଇନ ପରିସରରେ ହେବା ଦରକାର।
  • କେଉଁମାନଙ୍କୁ ଜାରି ହେଲା ନୋଟିସ୍?: ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହସଚିବ, ଦିଲ୍ଲୀ ପୋଲିସ କମିଶନର ଓ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ (ଡିଏମଆରସି)ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି।