ବେଙ୍ଗାଲୁରୁ, ୧/୦୫ :ଆଇପିଏଲରେ ଗୁରୁବାର ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜୁରାଟ ଟାଇଟନ୍ସ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଆରସିବି । ଦଳ୧୫୫ରନ୍ କରିପାରିଥିଲା । ଜବାବରେ ଗୁଜୁରାଟଓ୍ୱିକେଟରେ ମ୍ୟାଚ୍ ଜିତିନେଇଛି । ହେଲେ ମୁକାବିଲାରେ ଦେଖାଦେଇଥିଲା ବିବାଦ । ଏକ କ୍ୟାଚକୁ ନେଇ ରାଗି ଯାଇଥିଲେ ଆରସିବି ବ୍ୟାଟର ବିରାଟ କୋହଲିଙ୍କ ସମେତ ଦଳର କୋଚ୍ ଆଣ୍ଡି ଫ୍ଲୋଏର ।

କ'ଣ ଥିଲା ବିବାଦ ?

ବ୍ୟାଟିଂ କରୁଥିଲେ ଆରସିବି ଅଧିନାୟକ ରଜତ ପାଟିଦାର । ସେ ଏକ ସଟ୍ ଖେଳିଥିଲେ । କିନ୍ତୁ ବଲକୁ ଧରି ନେଇଥିଲେ ଜାସନ୍ ହୋଲ୍ଡର୍ । କିନ୍ତୁ ଆରସିବି ଅଭିଯୋଗ କରିଛି ଯେ, ହୋଲ୍ଡର ବଲକୁ ଧରିବା ସମୟରେ ନିୟନ୍ତ୍ରଣରେ ନଥିଲେ । ବଲଟି ମାଟି ସହ ସ୍ପର୍ଶ ହୋଇଥିଲା । ତେଣୁ ଏହା କ୍ୟାଚ୍ ହୋଇପାରିବ ନାହିଁ । ହେଲେ ଅମ୍ପାୟାର ଏହାକୁ ଆଉଟ୍ ଦେଇଥିଲେ ।

ଏହାପରେ କୋହଲି ମ୍ୟାଚ୍ ର କିଛି ଅଧିକାରୀଙ୍କ ସହ ଏବାବଦରେ ଯୁକ୍ତି କରିଥିଲେ । ପରେ ଆରସିବି କୋଚ୍ ମଧ୍ୟ କୋହଲିଙ୍କ ସହ ସାମିଲ ହୋଇଥିଲେ । ଏହାପରେ ତୃତୀୟ ଅମ୍ପାୟାର ମଧ୍ୟ କ୍ୟାଚକୁ ରିଭ୍ୟୁ କରିଥିଲେ ରଜତଙ୍କ ବିରୋଧରେ ନିଷ୍ପତ୍ତି ଶୁଣାଇଥିଲେ ।

Also Read :- IPL 2026: ଗତ ପରାଜୟର ବଦଲା ନେଲା ଗୁଜରାଟ, RCBକୁ ୪ ଓ୍ଵିକେଟରେ ଦେଲା ମାତ୍

ଆକାଶ ଚୋପ୍ରାଙ୍କ ପ୍ରଶ୍ନ

ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତି ଯେ, କ୍ୟାଚ୍ ବୈଧ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଭିଡିଓରେ ହୋଲ୍ଡର ନିୟନ୍ତ୍ରଣରେ ନଥିବା ଭଳି ଲାଗୁଛି । ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟର ଧାରା୩୩.ଏବଂ୩୩ଅନୁସାରେ ବଲକୁ କ୍ୟାଚ୍ କରିବା ସମୟରେ ଏବଂ କିଛି ସମୟ ଯାଏଁ ଏହା ହାତରେ ରହିବା ଆବଶ୍ୟକ । ଯଦି ବଲଟି ମାଟିକୁ ସ୍ପର୍ଶ କରୁଛି ଏହା କ୍ୟାଚ୍ ହେବ ନାହିଁ । ଅମ୍ପାୟାରମାନେ ଏହି ନିୟମ ଜାଣିଥିଲେ । ଟିଭି ରିପ୍ଲେରୁ ବଲଟି ସ୍ପଷ୍ଟ ଭାବେ ଭୂମିକୁ ସ୍ପର୍ଶ କରୁଥିବା ଦେଖିବାକୁ ମିଳିଛି । ହୋଲ୍ଡର ଆଦୌ ନିୟନ୍ତ୍ରଣରେ ନଥିଲେ । ତେଣୁ ରଜତ ପାଟିଦାର ନଟ୍ ଆଉଟ୍ ବୋଲି ସେ କହିଛନ୍ତି । ସେହିପରି ପୂର୍ବତନ କ୍ରିକେଟର ଦୋଦା ଗଣେଶ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ।