​​​​​​​Virat Kohli On Retirement: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଆଗାମୀ ୨୦୨୭ ଓଡିଆଇ (ODI) ବିଶ୍ୱକପ ଏବଂ ନିଜର କ୍ରିକେଟ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ କ୍ରିକେଟ ପାଇଁ ତାଙ୍କର ଏତେ ପ୍ରତିବଦ୍ଧତା ଓ ପ୍ରସ୍ତୁତି ସତ୍ତ୍ୱେ ଯଦି ତାଙ୍କୁ ବାରମ୍ବାର ଯୋଗ୍ୟତା ପ୍ରମାଣ କରିବାକୁ କୁହାଯାଏ, ତେବେ ସେ ଏପରି ଏକ ପରିବେଶରେ ରହିବାକୁ ଚାହିଁବେ ନାହିଁ। କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପୋଡକାଷ୍ଟରେ କ୍ରିକେଟ ସମ୍ପର୍କିତ ମତ ରଖୁଥିବା ବେଳେ ଏଭଳି କହିଛନ୍ତି।

ଭାରତର ୨୦୨୪ ଟି୨୦ ବିଶ୍ୱକପ୍ ବିଜୟ ପରେ ବିରାଟ ଟି୨୦ କ୍ରିକେଟରୁ ଅବସର ନେଇଥିଲେ। ଏହାପରେ ସେ ଗତ ବର୍ଷ ଇଂଲଣ୍ଡ ଗସ୍ତ ପୂର୍ବରୁ ସେ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ଏହି ୩୭ ବର୍ଷୀୟ ଖେଳାଳି ଭାରତ ପାଇଁ କେବଳ ଦିନିକଆ କ୍ରିକେଟ ଖେଳୁଛନ୍ତି। କ୍ରିକେଟ ପ୍ରତି ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ସ୍ପଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।

Also Read- Virat Kohli 14000 T20 Runs 10th Century: କିଙ୍ଗ୍ କୋହଲିଙ୍କ ବିରାଟ ରେକର୍ଡ, ଟି-୨୦ରେ ୧୪,୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ...

୨୦୨୭ ବିଶ୍ୱକପ ଖେଳିବା ନେଇ ଆଭିମୁଖ୍ୟ ନେଇ ବିରାଟ କହିଛନ୍ତି ଯେ ସେ ଏବେ ମଧ୍ୟ ଭାରତ ପାଇଁ ଖେଳିବାକୁ ଏବଂ ଯୋଗଦାନ ଦେବାକୁ ପ୍ରସ୍ତୁତ। କିନ୍ତୁ ଯଦି ତାଙ୍କୁ ଲାଗେ ଯେ ସେ ଦଳ ପାଇଁ କୌଣସି ମୂଲ୍ୟ ଯୋଡ଼ିପାରୁ ନାହାଁନ୍ତି କିମ୍ବା ତାଙ୍କୁ ଅନାବଶ୍ୟକ ଭାବେ ଯୋଗ୍ୟତାର ପ୍ରମାଣ ମଗାଯାଉଛି, ତେବେ ସେ ସେହି ସ୍ଥାନରୁ ଓହରି ଯିବାକୁ ଅଧିକ ପସନ୍ଦ କରିବେ।

ବିରାଟ ଆହୁରି କହିଛନ୍ତି, "ମୁଁ ମୋର ଅଭ୍ୟାସ ଏବଂ ଖେଳ ପ୍ରତି ସବୁବେଳେ ନିଷ୍ଠା ରଖିଛି। ମୁଁ ପଡ଼ିଆରେ ଅନ୍ୟମାନଙ୍କ ଅପେକ୍ଷା କଠିନ ପରିଶ୍ରମ କରେ। ଯଦି ମୋତେ ଏକ ଦିନିକିଆ ମ୍ୟାଚରେ ୪୦ ଓଭର ପର୍ଯ୍ୟନ୍ତ ବାଉଣ୍ଡ୍ରିରେ ଦୌଡ଼ିବାକୁ କୁହାଯାଏ, ମୁଁ ତାହା ମଧ୍ୟ କରିବି।" ବର୍ତ୍ତମାନ କୋହଲି କେବଳ ଓଡିଆଇ (ODI) ଫର୍ମାଟ୍‌ରେ ଖେଳୁଛନ୍ତି (T20I ଏବଂ ଟେଷ୍ଟରୁ ଅବସର ପରେ)। ଆଇପିଏଲ୍ ୨୦୨୬ରେ ମଧ୍ୟ ତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରହିଛି।

ତାଙ୍କର ଏହି ମନ୍ତବ୍ୟକୁ ଚୟନକର୍ତ୍ତା ଏବଂ ଦଳ ପରିଚାଳନା କମିଟି ପାଇଁ ଏକ ଶକ୍ତ ସନ୍ଦେଶ ଭାବେ ଦେଖାଯାଉଛି। ସେ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ - ସେ କେବଳ ଖେଳକୁ ଭଲ ପାଉଥିବାରୁ ହିଁ ପଡ଼ିଆକୁ ଓହ୍ଲାଉଛନ୍ତି। ଏନେଇ ବିରାଟ କହିଛନ୍ତି "ଯଦି ମୋତେ ଅନୁଭବ ହୁଏ ଯେ ମୋର ମୂଲ୍ୟ ଅଛି ଏବଂ ମୋତେ ବିଶ୍ୱାସ କରାଯାଉଛି ତେବେ ମୁଁ ନିଶ୍ଚିତ ଭାବେ ଖେଳିବି। କିନ୍ତୁ ଯଦି ମୋତେ ବାରମ୍ବାର ନିଜକୁ ପ୍ରମାଣ କରିବାକୁ ପଡ଼େ, ତେବେ ସେହି ସ୍ଥାନ ମୋ ପାଇଁ ନୁହେଁ।

Also Read- IPL 2026: ଅଧା ମ୍ୟାଚରେ ହଜିଗଲା ବେଥାଲଙ୍କ ଦାମୀ ସୁନା ଚେନ୍, ଖୋଜିବା ପାଇଁ ଚାଲି ଆସିଲେ ସାଥୀ ଖେଳାଳି