ଭୁବନେଶ୍ୱର ୧୯।୦୭ : ବିଜେପିରେ ମିଶିପାରନ୍ତି ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିକ୍ରମ ଆରୁଖ । ବିକ୍ରମ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ଜିଲ୍ଲାର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଇସାରା ଦେବା ପରେ ଚର୍ଚ୍ଚା ତେଜ୍ ହୋଇଛି।

ସେ କହିଛନ୍ତି ଯେ, ଜଣେ ବି କାର୍ଯ୍ୟକର୍ତ୍ତା ଦଳକୁ ଆସିଲେ ଦଳ ସୁଦୃଢ ହେବ ଏବଂ ସଂଗଠନ ବୃଦ୍ଧି ପାଇବ । ଯଦି ଜଣେ ନେତା ଆସିବେ ସଂଗଠନ ବୃଦ୍ଧି ପାଇବ। ତାଙ୍କର ସମର୍ଥକ ବହୁତ ଅଛନ୍ତି। ସମର୍ଥକ ସହିତ ଯଦି ସେ ଆସନ୍ତି ତେବେ ଗଞ୍ଜାମ ଜିଲ୍ଲାରେ ବିଜେପିର କଳେବର ବୃଦ୍ଧି ହେବ ବୋଲି ବିଜେପି କହିଛି। ଗତ ନିର୍ବାଚନରେ ବିଜେପିକୁ ଗଞ୍ଜାମବାସୀ ଆଶୀର୍ବାଦ କରିଛନ୍ତି। ୧୩ ଟି ସିଟ୍ ରୁ ୧୧ ଟି ସିଟ ଜିତିଛୁ। ଆଗାମୀ ନିର୍ବାଚନରେ ୧୩ ରୁ ୧୩ ସିଟ୍ ଜିତିବୁ ।

Also Read:-ସ୍ତ୍ରୀକୁ ଉଲଗ୍ନ କରି ଠିଆ କରାଇଲା, ଭିଡିଓ ରେକର୍ଡିଂ କରି ହ୍ୱାଟସଆପରେ ଭାଇରାଲ କଲା ସ୍ୱାମୀ

ସେହିପରି ବିଜେଡ଼ି ଭିତରେ ଅନେକ ଅସନ୍ତୁଷ୍ଟ ଅଛନ୍ତି। ସେମାନେ କିଛି କହିପାରୁନାହାନ୍ତି | ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଆକୃଷ୍ଟ ହୋଇ ବିକଶିତ ଓଡିଶାର ଲକ୍ଷ ନେଇ ସେମାନେ ଆମ ଦଳକୁ ଆସିବାକୁ ଚାହୁଁଛନ୍ତି। କେବଳ ବିଜେଡ଼ି ନୁହେଁ କଂଗ୍ରେସ ଦଳରୁ ମଧ୍ୟ ଅନେକ ନେତା ବିଜେପି ପ୍ରତି ଆକୃଷ୍ଟ ହେଉଥିବା ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।