କୋରାପୁଟ ୧୩।୦୭ : ITDAର ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ । ITDAର ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାରଙ୍କ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ ।

ITDAର ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର କେସପେଟାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍। ଭୁବନେଶ୍ୱର, ରାଉରକେଲା ଓ କୋରାପୁଟରେ ଏକକାଳୀନ ଭାବେ ଚଢ଼ାଉ ଜାରି ରହିଛି। କୋରାପୁଟରେ ଥିବା ସଞ୍ଜୟ କୁମାରଙ୍କ ଏକ ଚାରି ମହଲା ବିଳାସପୂର୍ଣ୍ଣ ହୋଟେଲରେ ଚଢ଼ାଉ ଜାରି ରହିଛି । ସେ କୋରାପୁଟ ITDAର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ପ୍ରାୟ ୫ ମାସ ପୂର୍ବରୁ ସେ କୋରାପୁଟ ITDAରୁ ପଦୋନ୍ନତି ପାଇ ଭୁବନେଶ୍ୱର ITDAରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।

Also Read:-ଆକାଶରୁ ଚନ୍ଦ୍ର ଅଦୃଶ୍ୟ ହୋଇଗଲେ ପୃଥିବୀର କ'ଣ ହେବ ?

ତେବେ ଏହି ଚଢାଉରେ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।