ଭୁବନେଶ୍ୱର ୨୩।୦୬ : ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର CADA ଡିଭିଜନର ଯନ୍ତ୍ରୀଙ୍କ ଘରେ ଚାଲିଛି ଚଢାଉ । ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର CADA ଡିଭିଜନର ଯନ୍ତ୍ରୀଙ୍କ ଘରେ ଚାଲିଛି ଚଢାଉ । CADA ଡିଭିଜନର ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ସମ୍ବଲପୁର ଧନୁପାଲି ସ୍ଥିତ ଭଡ଼ା ଘର, ଅଫିସ୍ ଚାମ୍ବର, କଟକ ବିଦ୍ୟାଧରପୁରରେ ବିଶାଳ ତିନି ମହଲା କୋଠା, ବାଲେଶ୍ୱର ବସ୍ତା ଅନ୍ତର୍ଗତ ମୁଖାଲିସ ଗାଁରେ ଦୁଇ ମହଲା କୋଠା ଠାବ କରାଯାଇଛି।

ସେହିପରି କଟକ ସହର ମଧ୍ୟରେ ଥିବା ତାଙ୍କର ଦୁଇ ଜଣ ସହଯୋଗୀଙ୍କ ଘର ସହ କାଲିମେଳା ସ୍ଥିତ ତାଙ୍କର ଆଉ ଜଣେ ସହଯୋଗୀଙ୍କ ବାସଭବନବେ ମଧ୍ୟ ଚଡାଉ କରାଯାଉଛି। ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ସମସ୍ତ ସ୍ଥାନରେ କାଗଜପତ୍ର ଏବଂ ସମ୍ପତ୍ତିର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏପିରିକି କଟକରେ ଚାଲିଥିବା ଚଢାଉରେ ଅନେକ ବିଦେଶୀ ମୁଦ୍ରା ଜବତ ହୋଇଛି