ବାଙ୍କୀ: ବାଙ୍କୀରେ ଗୋଟିଏ ପରେ ଗୋଟିଏ ସମବାୟ ଦୁର୍ନୀତି ଘଟଣା ସାମ୍ନାକୁ ଆସୁଥିବା ବେଳେ, ଏବେ ଦୁର୍ନୀତି ମାମଲାରେ ଫସିଛନ୍ତି ପୂର୍ବତନ ସମିତି ସମ୍ପାଦକ। ସରକାରୀ ଅର୍ଥ ହେରଫେର ମାମଲାରେ ଏହି ପୂର୍ବତନ ସମିତି ସମ୍ପାଦକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହି ପୂର୍ବତନ ସମିତି ସମ୍ପାଦକ ହେଉଛନ୍ତି ବାଙ୍କୀ ବ୍ଲକ୍ ଅନ୍ତର୍ଗତ ଆନନ୍ଦପୁର ସେବା ସମିତିର ପୂର୍ବତନ ସମ୍ପାଦକ ଶରତ କୁମାର ନାୟକ।

ସୂଚନା ଅନୁସାରେ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସରଣ୍ଡା ଶାଖା ଅଧୀନରେ ଶରତ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ନାଁରେ ୨୦୨୧/୨୨ ବର୍ଷରେ ୨୧ ଲକ୍ଷ ୨୮ ହଜାର ୫୮ ଟଙ୍କାର ଅର୍ଥ ହେରଫେର ଅଭିଯୋଗ ରହିଛି। ଏଥିପାଇଁ ଭିଜିଲାନ୍ସ ଟାର୍ଗେଟରେ ରହିଥିଲେ ଏହି ପୂର୍ବତନ ସମିତି ସମ୍ପାଦକ ଶରତ। ଆଉ ଏହି କ୍ରମରେ ମଙ୍ଗଳବାର ଭୋର ସମୟରେ କଟକ ଭିଜିଲାନ୍ସର ୬ ଜଣିଆ ଟିମ ଅଚାନକ ଶରତଙ୍କ ଓସ୍ତିଆ ସ୍ଥିତ ବାସଭବନରେ ପହଞ୍ଚି ଶରତଙ୍କୁ ଉଠାଇ ନେଇଥିଲା। ବର୍ତ୍ତମାନ ଶରତ ଭିଜିଲାନ୍ସ ହାଜତରେ ଅଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

Also Read: ସାର କଳାବଜାରୀ ଉପରେ ଆକ୍ସନ : ୫୦୦ ଡିଲରଙ୍କ ଉପରେ ରେଡ୍, ୩ର ଲାଇସେନ୍ସ ବାତିଲ