ଚେନ୍ନାଇ: ବହୁ କସରତ ଏବଂ ଟଣାଓଟା ପରେ ଶେଷରେ ସଂଖ୍ୟାବଳ ଯୋଗାଡ଼ କରିବାରେ ସଫଳ ହୋଇଛନ୍ତି ଅଭିନେତାରୁ ନେତା ପାଲଟିଥିବା ଥାଲାପତି ବିଜୟ। ବହୁ ମାନସ ମନ୍ଥନ ଏବଂ ଆଲୋଚନା ପରେ ତାଙ୍କର ଦଳ TVKକୁ ସମର୍ଥନ ଜଣାଇଛି VCK(ଚିରୁଥାଇଗଲ କଟାଚି)। ଆଉ ତାମିଲନାଡ଼ୁରେ ବିଜୟ ସରକାର ଗଠନ ନେଇ ପଥ ପରିଷ୍କାର ହୋଇଛି। VCKର ସମର୍ଥନ ସହ ବିଜୟଙ୍କ ପାଖରେ ୧୧୮ ବିଧାୟକଙ୍କ ସମର୍ଥନ ମିଳିଛି। ଏବେ ପୁଣି ଥରେ ଲୋକଭବନ ଯାଇ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିବେ ଥାଲାପତି ବିଜୟ।

ଶନିବାର ଅପରାହ୍ଣରେ ଭିସିକେର ଗୁରୁତ୍ଵପୂର୍ଣ୍ଣ ବୈଠକ ଥିଲା। ଏଥିରେ ନିଷ୍ପତ୍ତି ନିଆଯିବାର ଥିଲା ଯେ, ପାର୍ଟି ଟିଭିକେକୁ ସମର୍ଥନ ଦେବ କି ନାହିଁ। ଆଉ ବୈଠକରେ ବିଜୟଙ୍କ ପାର୍ଟିକୁ ସମର୍ଥନ ଦେବାକୁ ସହମତି ପ୍ରକାଶ ପାଇଛି। ଏହା ପରେ ଭିସିକେ ଟିଭିକେ ପାର୍ଟିକୁ ସମର୍ଥନ ପତ୍ର ପ୍ରଦାନ କରିଛି। ଏବେ ରାଜ୍ୟକୁ ଖୁବ ଶୀଘ୍ର ଥାଲାପତି ବିଜୟଙ୍କ ରୂପେ ନୂଆ ମୁଖ୍ୟମନ୍ତ୍ରୀ ମିଳିପାରେ।

Also Read: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ, ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

ସଂଖ୍ୟା ଗଣିତର ଖେଳ

ବିଧାନସଭା ନିର୍ବାଚନରେ ବିଜୟଙ୍କ TVK ପାର୍ଟିକୁ ୧୦୮ ସିଟ୍ ମିଳିଥିଲା।କୌଣସି ପାର୍ଟିକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲେ ବି ଟିଭିକେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ସରକାର ଗଢିବା ପାଇଁ ଆଉ ଦରକାର ୧୦ ସିଟ୍। କଂଗ୍ରେସ ନିଜର ୫ ବିଧାୟକ ସହ ଟିଭିକେକୁ ସମର୍ଥନ ଦେବା ପରେ ସଂଖ୍ୟା ୧୧୩ରେ ପହଞ୍ଚିଥିଲା। ତେଣୁ ବାରମ୍ବାର ଲୋକଭବନ ଯାଉଥିଲେ ମଧ୍ୟ ପ୍ରତିଥର ରାଜ୍ୟପାଳ ପ୍ରଥମେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅନ୍ତୁ ତା ପରେ ଶପଥ ସମାରୋହ ପାଇଁ ମଞ୍ଜୁରୀ ମିଳିବ ବୋଲି କହିଥିଲେ। ତାମିଲନାଡୁ ବିଧାନସଭାରେ ବହୁମତ ପାଇଁ ୧୧୮ ଆସନର ଆବଶ୍ୟକତା ରହିଛି। 

Also Read: ଫାଇଲ୍ ଲିକ୍ ଚର୍ଚ୍ଚା ମଝିରେ ଭେଣୁଗୋପାଳ ନା ସତୀଶନ୍, କିଏ ହେବେ କେରଳର ନୂଆ ମଙ୍ଗୁଆଳ?​​​​​​​

VCKର ନିଷ୍ପତ୍ତି ଓ ବିନା ସର୍ତ୍ତରେ ସମର୍ଥନ​​​​​​

ଶନିବାର ସନ୍ଧ୍ୟାରେ ଭିସିକେ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବିଜୟଙ୍କ ନୀତି ଓ ଆଦର୍ଶ ରାଜ୍ୟର ବିକାଶ ପାଇଁ ସହାୟକ ହେବ ବୋଲି ଦର୍ଶାଇ VCK ବିନା କୌଣସି ସର୍ତ୍ତରେ TVK କୁ ସମର୍ଥନ ପତ୍ର ହସ୍ତାନ୍ତର କରିଛି। ଏହା ପୂର୍ବରୁ ସମର୍ଥନ ସଂଖ୍ୟା ୧୧୬ ଥିବା ବେଳେ VCK ଓ IUMLS ମିଶିବା ପରେ ଏହା ୧୨୦ରେ ପହଞ୍ଚିଛି, ଯାହା ସରକାର ଗଠନ ପାଇଁ ମ୍ୟାଜିକ ନମ୍ବରଠୁ ୨ ଅଧିକ।

ଚଳିତ ନିର୍ବାଚନ ଫଳାଫଳ ତାମିଲନାଡୁରେ ଦୁଇ ପ୍ରମୁଖ ଶକ୍ତି DMK ଏବଂ AIADMKକୁ  ଶକ୍ତ ଧକ୍କା ଲାଗିଛି। ଏହି ଦୁଇ ଦଳକୁ ପଛରେ ପକାଇ ମାତ୍ର କିଛି ମାସ ତଳେ ଗଠିତ ହୋଇଥିବା ବିଜୟଙ୍କ ଦଳ ଏକାକୀ ସଂଖ୍ୟାଗରିଷ୍ଠତା ପାଖାପାଖି ପହଞ୍ଚିବା ଏକ ରାଜନୈତିକ ଚମତ୍କାରଠାରୁ କମ ନ ଥିଲା।

Also Read: ​​​​​​​ମଞ୍ଚରେ ଚଢ଼ି ଆଲିଙ୍ଗନ କଲେ, ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ… ମୋଦି ଯାହାଙ୍କ ପାଦ ଛୁଇଁଲେ ସେହି ବୃଦ୍ଧ ବ୍ୟକ୍ତି କିଏ

ସମର୍ଥନର ସମୀକରଣ:

  • TVK ର ନିଜସ୍ୱ ଆସନ: ୧୦୮

  • କଂଗ୍ରେସର ସମର୍ଥନ: ୫ ବିଧାୟକ

  • CPI ଓ CPI(M)ର ସମର୍ଥନ: ୪ ବିଧାୟକ (୨-୨)

  • VCK ର ନୂଆ ସମର୍ଥନ: ୨ ବିଧାୟକ

  • IUMLS (ମୁସଲିମ୍ ଲିଗ୍): ୧ ବିଧାୟକ

  • ମୋଟ ସଂଖ୍ୟା: ୧୨୦ (ବହୁମତରୁ ୨ଟି ଅଧିକ)

ଶପଥ ଗ୍ରହଣ ଉତ୍ସବ

TVKର ବରିଷ୍ଠ ନେତା ଅର୍ଜୁନଙ୍କ କହିବା ଅନୁଯାୟୀ, ସମସ୍ତ ସମର୍ଥନ କରୁଥିବା ଦଳର ଚିଠି ଏବେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯିବ। ବର୍ତ୍ତମାନର ସ୍ଥିତି ଅନୁଯାୟୀ, ସୁପରଷ୍ଟାର ବିଜୟ ଖୁବଶୀଘ୍ର ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

​​​​​​​