କଟକ ୧୦/୧୨: ସରିଛି ବାରବାଟୀ ଟକ୍କର । ଏବେ ମିଶନ ଚଣ୍ଡୀଗଡ ଟିରା । ସେଥିପାଇଁ ନେଟ୍ସରେ ଜୋରଦାର ପ୍ରାକ୍ଟିସ୍ । ପାଖାପାଖି ଘଣ୍ଟାଏ ଝାଳ ବୁହାଇଲେ ଟି-୨୦ର ଏକ ନମ୍ୱର ସ୍ପିନର । ମଙ୍ଗଳବାରର ଦମ୍‌ଦାର ପ୍ରଦର୍ଶନ ପରେ ବି ଥକିନି ପାଦ । ହାତକୁ ବି ଫୁରସତ ନାହିଁ । କାରଣ ଆଗକୁ ଡିସେମ୍ୱର ୧୧ରେ ଦ୍ୱିତୀୟ ଟି-୨୦ । ସେଥିପାଇଁ ଆଜି ବାରବାଟୀରେ ପ୍ରାକ୍ଟିସ କରିଥିଲେ ବରୁଣ ।

ସକାଳୁ ସକାଳୁ ଶୀତ କାକରକୁ ଖାତିର ନକରି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଯାଇଥିଲେ ଭାରତୀୟ କ୍ରିକେଟ ଟିମ୍‌ର ସ୍ପିନର ବରୁଣ । କଟକ ବାରବାଟି ଷ୍ଟାଡିୟମରେ ହଠାତ୍ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ । କାରଣ ବାରବାଟି ଆସି ନେଟ ଅଭ୍ୟାସ କରିବାର ଥିଲା ଟାର୍ଗେଟ । ସକାଳ ସାଢେ଼ ଆଠଟା ପାଖାପାଖି ବରୁଣ ବାରବାଟୀ ଷ୍ଟାଡିୟମ୍ ରେ ପହଞ୍ଚି ଥିଲେ ।

ଏକ ଘଣ୍ଟା ପାଖାପାଖି ସେ ନେଟ ପ୍ରାକ୍ଟିସ୍ କରିଥିଲେ । ଆସନ୍ତା କାଲି ଚଣ୍ଡୀଗଡ ଟିରା ଠାରେ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚ୍ ରେ ମୁହାଁମୁହିଁ ହେବେ ଭାରତ ଦକ୍ଷିଣ ଆଫ୍ରିକା । ଏଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ବରୁଣ । ଗତକାଲି ବାରବାଟି ମ୍ୟାଚରେ ବରୁଣ ତିନି ଓଭରରେ ଦୁଇଟି ୱିକେଟ ନେବାରେ ସଫଳ ହୋଇ ଥିବା ବେଳେ, ଗୋଟିଏ ମେଡେନ୍ ଓଭର ହାସଲ କରିବାରେ ମଧ୍ୟ ସଫଳ ହୋଇଥିଲେ। ମାତ୍ର ୧୯ ରନ ଦେଇ ଥିଲେ ବରୁଣ।