ଭୁବନେଶ୍ୱର ୦୪।୦୪ : ବଂଶଧାରା ଜଳ ବିବାଦରେ ନୂଆମୋଡ଼ । ଓଡ଼ିଶାକୁ ଲାଗିଛି ଶକ୍ତ ଝଟ୍‌କା । ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶାକୁ ଝଟ୍କା ଦେଇଥିବା ବେଳେ ଆନ୍ଧ୍ର ପାଇଁ ଲାଭଦାୟକ ହୋଇଛି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଗେଜେଟ୍ ନୋଟିଫିକେସ୍ ଜାରି କରାଯାଇଛି । ଯେଉଁଥିରେ ନେରେଡି ବ୍ୟାରେଜ୍ ଜଳ ପ୍ରକଳ୍ପ ପାଇଁ ପ୍ରତିବନ୍ଧକ ଦୂର ହୋଇଛି ।

ତେବେ ଏହି ରାୟ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ସମସ୍ୟା ଆଣିଛି। ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ଜଳର ପରିମାଣର ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ଉଲ୍ଲେଖ ରହିଛି। ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା। ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ନେରେଡି ବ୍ୟାରେଜ ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ଏକ ବର୍ଷ ମଧ୍ୟରେ ଆନ୍ଧ୍ରକୁ ହସ୍ତାନ୍ତର କରିବ। ଏହି ରାୟ ଓଡ଼ିଶାର କୃଷି ଓ ଜଳ ସମ୍ପଦ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।

Also Read:-Hardcore Criminal: ରାଜାକୁ ଖୋଜୁଥିଲେ ଦୁଇ ରାଜ୍ୟର ପୋଲିସ, ଧରା ପକାଇଦେଲା ସେହି ସାର୍ଟ...

ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା। ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଡାହାଣ ଡାଇକ୍‌ରେ ୮୦୦ କ୍ୟୁସେକ୍ କ୍ଷମତା ବିଶିଷ୍ଟ ସ୍ଲୁଇସ୍ ଗେଟ୍ ନିର୍ମାଣ କରିବାକୁ ଅନୁମତି ଦିଆଯାଇଛି। ଓଡ଼ିଶା ପାଇଁ ବାମ ପାଖରେ ଆଉ ଏକ ସ୍ଲୁଇସ୍ ଗେଟ୍ ନିର୍ମାଣର ଅନୁମତି ରହିଛି। ଅବଶିଷ୍ଟ ଛଅ ମାସରେ ନଦୀର ଜଳପ୍ରବାହକୁ ଉଭୟ ରାଜ୍ୟ ୫୦:୫୦ ଅନୁପାତରେ ବାଣ୍ଟି ନେବେ ବୋଲି ନିର୍ଦ୍ଦେଶ ହୋଇଛି। ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ଏକ ବର୍ଷ ମଧ୍ୟରେ ଆନ୍ଧ୍ରକୁ ହସ୍ତାନ୍ତର କରିବ। ଏହି ଜମିର କ୍ଷତିପୂରଣ ଆନ୍ଧ୍ର ବହନ କରିବ।

Wacth Video:-