ପାଟନା: ଯୁବ ପ୍ରତିଭାବାନ ତଥା ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ବିହାରର ସିନିୟର କ୍ରିକେଟ୍ ଟିମର ଅଧିନାୟକ କରାଯାଇଛି । ସେ ପ୍ରଥମ ଥର ସିନିୟର ଟିମର କ୍ୟାପ୍ଟେନ୍ସି କରିବେ । ନଭେମ୍ୱର ୧୪ରୁ ଆରମ୍ଭ ହେବାକୁ ଥିବା ସୈୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୭ ସଦସ୍ୟ ଟିମର କ୍ୟାପ୍ଟେନ୍ସି ତାଙ୍କୁ ଦିଆଯାଇଛି । ସୂରଜ କଶ୍ୟପଙ୍କୁ ଟିମର ଉପଅଧିନାୟକ କରାଯାଇଛି ।

ବିହାର କ୍ରିକେଟ୍ ଆସୋସିଏସନ୍ (ବିସିଏ) ଶୁକ୍ରବାର ଟିମ୍ ଘୋଷଣା କରିଛି । ବିହାର ନିଜର ପ୍ରଥମ ମ୍ୟାଚ୍ ନଭେମ୍ୱର ୧୪ରେ ଇନ୍ଦୋରରେ ସୌରାଷ୍ଟ୍ର ବିପକ୍ଷରେ ଖେଳିବ । ସୈୟଦ ମୁସ୍ତାକ ଅଲି ଟ୍ରଫିରେ ବିହାରକୁ ଗ୍ରୁପ୍ ବି’ରେ ରଖାଯାଇଛି । ଏହି ଗ୍ରୁପରେ ଦିଲ୍ଲୀ, ହରିୟାଣା, ଜମ୍ମୁ ଓ କାଶ୍ମୀର, ପଞ୍ଜାବ, ରେଲୱେ, ସୌରାଷ୍ଟ୍ର ଏବଂ ତାମିଲନାଡ଼ୁ ଟିମ୍ ଅଛନ୍ତି ।

ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ

ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି । ସେ ଆଇପିଏଲ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଥିଲେ । ବୈଭବ ୧୬ଟି ଇନିଂସରେ ୭୭୬ ରନ୍ କରିଥିଲେ । ତାଙ୍କ ଷ୍ଟ୍ରାଇକରେଟ୍ ୨୩୭ ଥିଲା । ସେ ଭାରତ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲ୍ ଡେବ୍ୟୁ ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୧୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ସାରିଛନ୍ତି ।